fbpx

କର୍ଣ୍ଣାଟକରେ ବିଜେପି ଆଗୁଆ

କର୍ଣ୍ଣାଟକ,୯ ।୧୨: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜି ବିଜେପିର ୟେଦୁୟରପ୍ପା ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୟେଲ୍ଲାପୁର ଆସନରେ ବିଜେପି ପ୍ରାର୍ଥୀ ଶିବରାମ ହେଦ୍ଦର ବିଜୟୀ ହୋଇଛନ୍ତି । ୧୦ ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଏହା ସହ ୨ଟି ଆସନରେ କଂଗ୍ରେସ ଓ ଗୋଟିଏ ଆସନରେ ଜେଡିଏସ୍ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେହିପରି ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ତେବେ କର୍ଣ୍ଣାଟକରେ ମୋଟ୍ ୧୫ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ବିଜେପି ସରକାର ତିଷ୍ଠିବା ପାଇଁ ଆଉ ୬ଟି ଆସନ ଦରକାର । ୬ଟି ଆସନ ପାଇଲେ ବହୁମତର ପ୍ରମାଣ ଦେବା ସହ ସରକାର ଗଢିବେ ୟେଦୁୟରପ୍ପା ।

Get real time updates directly on you device, subscribe now.