fbpx

ଫାଶୀରେ ଝୁଲିବେ ‘ନିର୍ଭୟା’ ସଇତାନ ! ଖୋଜା ଚାଲିଛି ଜହ୍ଲାଦ

ନୂଆଦିଲ୍ଲୀ,୯ ।୧୨: ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ନ୍ୟାୟ ପାଇପାରନ୍ତି ‘ନିର୍ଭୟା’ । ଖୁବଶୀଘ୍ର ଫାଶୀ ପାଇପାରନ୍ତି ‘ନିର୍ଭୟା’ ଗଣଦୁଷ୍କର୍ମର ୪ ସଇତାନ । ଏନେଇ ଜହ୍ଲାଦ ଖୋଜୁଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଅନ୍ୟ ରାଜ୍ୟରୁ ଜହ୍ଲାଦ ଆଣିବାକୁ କର୍ତ୍ତୁପକ୍ଷ କହିଛନ୍ତି । ତେବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ଏବେ ତିହାର ଜେଲରେ ଅଛନ୍ତି ।

ତେବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ ଫାଇଲ୍ ପଠାଇଥିଲା ଗୃହ ମନ୍ତ୍ରାଳୟ । ଏଥିରେ ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ସୁପାରିସ୍ କରିବା ସହ ପସ୍କୋ ଆକ୍ଟରେ ରାଜକ୍ଷମା ଆବେଦନ ଶେଷ କରାଯାଉ ବୋଲି କୁହାଯାଇଥିଲା । ଶୁକ୍ରବାର ଦିନ ଏହି ଘଟଣାରେ ଜଡିତ ଥିବା ଜଣେ ଅଭିଯୁକ୍ତ ବିନୟ ଶର୍ମାଙ୍କ ଯାଚିକାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ରେ ରାଜଧାନୀ ନୂଆଦିଲ୍ଲୀର ଏକ ଚଳନ୍ତା ବସ୍‌ ମଧ୍ୟରେ ଜନୈକା ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ- ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନାମକ- ୫ ଜହ୍ଲାଦ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଏକ ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବାପରେ ବିଚାରପତି ଏହି ୫ ଜଣଙ୍କୁ ଏହି ମାମଲାରେ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି।

Get real time updates directly on you device, subscribe now.