fbpx

ଲିଙ୍ଗରାଜରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୯ ।୧୨(ଓଡିଶା ଭାସ୍କର): ଶ୍ରୀମନ୍ଦିର ଭଳି ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ବିଡିଏ, ବିଏମସି ଓ ପୋଲିସର ଉପସ୍ଥିତିରେ ଉଚ୍ଛେଦ ଜାରି ରହିଛି । ପୂର୍ବରୁ ଉଚ୍ଛେଦ ନେଇ ବିଡିଏ ଓ ବିଏମସି ପକ୍ଷରୁ ଘୋଷଣା କରାଯାଇଥିଲା ।

ତେବେ ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ସହ ଐତିହ୍ୟର ସୁରକ୍ଷା ତଥା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି। ମନ୍ଦିର ପାର୍ଶ୍ୱରେ ଥିବା ବହୁ ସରକାରୀ ତଥା ମନ୍ଦିର ଜମିକୁ ଉଠାଦୋକାନୀଙ୍କଠାରୁ ଆରମ୍ଭକରି ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଜବରଦଖଲ କରିଛନ୍ତି । ପ୍ରତିଦିନ ଏଠାରେ ଟ୍ରାଫିକ ଜାମ୍‌ ପରିସ୍ଥିତି ଲାଗୁ ରହୁଛି । ଶ୍ରଦ୍ଧାଳୁମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Get real time updates directly on you device, subscribe now.