fbpx

୧୫ ଡିଗ୍ରୀ ତଳେ ରାଜ୍ୟର ୧୧ଟି ସହର

ଭୁବନେଶ୍ୱର,୯ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଦାରିଙ୍ଗବାଡ଼ିଠାରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ୧୧ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ୯.୫ ଥିବା ବେଳେ ୧୦.୫ ଡିଗ୍ରୀ ଶୀତରେ ଥରୁଛି ଫୁଲବାଣୀ । ସେହିପରି ସୋନପୁରରେ ୧୧.୨ ଡିଗ୍ରୀ, ସୁନ୍ଦରଗଡରେ ୧୨.୫ ଡିଗ୍ରୀ ଓ ଟିଟିଲାଗଡରେ ୧୨.୬ ଡିଗ୍ରୀ ତାପମାତ୍ରା ରହିଛି ।

ଅନ୍ୟପଟେ କୋରାପୁଟରେ ୧୩, ସମ୍ବଲପୁରରେ ୧୩.୪, ଅନୁଗୁଳରେ ୧୩.୬, ବଲାଙ୍ଗୀରରେ ୧୪.୫, ଝାରସୁଗୁଡା ଓ କେନ୍ଦୁଝରରେ ୧୪ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରହିଛି ।

Get real time updates directly on you device, subscribe now.