fbpx

କର୍ଣ୍ଣାଟକରେ ବାଜି ମାରିଲା ବିଜେପି, ୟେଦିୟୁରପ୍ପା ଆଶ୍ୱସ୍ତ

କର୍ଣ୍ଣାଟକ,୯ ।୧୨: କର୍ଣ୍ଣାଟକରେ ବାଜି ମାରିଲା ବିଜେପି । ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ହୋଇଥିବା ବେଳେ ବିଜେପି ଜିତିବା ସ୍ପଷ୍ଟ ହୋଇଛି । ୟେଲ୍ଲାପୁର ଆସନରେ ବିଜେପି ପ୍ରାର୍ଥୀ ଶିବରାମ ହେଦ୍ଦର ବିଜୟୀ ହୋଇଥିବା ବେଳେ କେ.ଆର.ପେଟେ ଆସନରୁ ବିଜେପିର ନାରାୟଣ ଗୌଡ ବିଜୟୀ ହୋଇଛନ୍ତି । ହିରେକେରୁରୁ ଆସନରୁ ବିଜେପିର ବି.ସି.ପାଟିଲ ବିଜୟୀ ହୋଇଛନ୍ତି । କଗାୱାଡା ଆସନରେ ବିଜେପିର ଶ୍ରୀମନ୍ତ ପାଟିଲ ବିଜୟୀ ହୋଇଛନ୍ତି । ବିଜୟନଗର ଆସନରେ ବିଜେପି ପ୍ରାର୍ଥୀ ଆନନ୍ଦ ସିଂହ ବିଜୟୀ ହୋଇଛନ୍ତି ।

ସେହିପରି ଅଥାନି ଆସନରୁ ବିଜେପି ପ୍ରାର୍ଥୀ ମହେଶ କୁମାତାଲ୍ଲୀ ବିଜୟୀ ହୋଇଥିବା ବେଳେ ରଣେବେମନୁର ଆସନରୁ ବିଜେପିର ଅରୁଣ କୁମାର ବିଜୟୀ ହୋଇଛନ୍ତି । ଚିକାବଲ୍ଲପୁରା ଆସନରୁ ବିଜେପିର ସୁଧାକର ବିଜୟୀ ହୋଇଛନ୍ତି ।

ଅନ୍ୟପଟେ ହୁନାସୁର ଆସନରୁ କଂଗ୍ରେସ ପ୍ରାର୍ଥୀ ମଞ୍ଜୁନାଥ ବିଜୟୀ ହୋଇଛନ୍ତି । ବିଜେପି ମୋଟ୍ ୮ଟି ଆସନରେ ବିଜୟୀ ହୋଇଥିବା ବେଳେ ୪ଟି ଆସନରେ ଆଗୁଆ ରହିଛି । ସେହିଭଳି କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ ଆଗୁଆ ରହିଛି ।

ତେବେ କର୍ଣ୍ଣାଟକରେ ମୋଟ୍ ୧୫ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ସରକାର ତିଷ୍ଠିବା ପାଇଁ ଆଉ ୬ଟି ଆସନ ଦରକାର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ଟି ଆସନରେ ବିଜୟ ଲାଭ କରିସାରିଲାଣି ବିଜେପି । ଏବେ କର୍ଣ୍ଣାଟକରେ ସରକାର ଗଢିବେ ୟେଦୁୟରପ୍ପା ।

Get real time updates directly on you device, subscribe now.