fbpx

ଅଇଁଠାପାଲି ଗଣଦୁଷ୍କର୍ମରେ ୪ ଗିରଫ

ସମ୍ବଲପୁର, ୯ା୧୨(ଓଡ଼ିଶା ଭାସ୍କର): ସମ୍ବଲପୁର ଅଇଁଠାପାଲି ନିକଟରେ ପୁଣିଥରେ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ଏନେଇ ସମ୍ବଲପୁର ଏସପି କନୱର ବିଶାଲ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ସେହି ଘଟଣାକୁ ରେଡ଼ଫ୍ଲାଗ୍ ମାମଲା ଭାବେ ଗ୍ରହଣ କରିଛି ପୋଲିସ । ଏହାସହ ୨୦ଦିନ ଭିତରେ ଚାର୍ଜସିଟ ଦାଖଲ କରାଯିବ ବୋଲି ଏସପି କହିଛନ୍ତି । ସେହି ଘଟଣାରେ ପ୍ରମାଣ ଆଧାରରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସ କହିଛି । ବର୍ତ୍ତମାନ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଛି ।

Get real time updates directly on you device, subscribe now.