fbpx

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ: ଅମିତ-ଅଧୀରଙ୍କ ମଧ୍ୟରେ ଯୁକ୍ତତର୍କ, ସମର୍ଥନ କରିପାରେ ବିଜେଡି

ନୂଆଦିଲ୍ଲୀ,୯ ।୧୨: ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ଆଗତ କରିଛନ୍ତି । ବିଲକୁ ବିରୋଧ କରି ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ । ଗୃହରେ ଅମିତ ଶାହା ଓ ବିରୋଧୀ ସାଂସଦ ଅଧିର ରଞ୍ଜନଙ୍କ ମଧ୍ୟରେ ଯୁକ୍ତତର୍କ ଚାଲିଛି ।

ଅନ୍ୟପଟେ ଶାହା କହିଛନ୍ତି ଯେ, ଏହି ବିଲ୍ କୌଣସି ସଂପ୍ରଦାୟ ବା ସଂଖ୍ୟାଲଘୁ ବିରୋଧୀ ନୁହେଁ । ବିଲକୁ ନେଇ ଆସୁଥିବା ସମସ୍ତ ପ୍ରଶ୍ନର ମୁଁ ଜବାବ ଦେବି । କିନ୍ତୁ ବିଲ୍ ଉପରେ ଚର୍ଚ୍ଚା ହେବା ଜରୁରୀ । ବିରୋଧୀମାନଙ୍କୁ କହିବାକୁ ସୁଯୋଗ ଦିଆଯାଉ ।’

ତେବେ ଏହି ବିଲରେ ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନର ବ୍ୟବସ୍ଥା ରହିଛି । ଲୋକସଭାରେ ଏହି ବିଲକୁ ସମର୍ଥନ କରିପାରେ ବିଜେଡି । ଏନେଇ ଆଜି ଦଳୀୟ ହ୍ୱିପ୍ ଜାରି ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.