fbpx

ଆସନ୍ତା ୧୫ରେ ଦେଶରେ ପହଞ୍ଚିବ ବିଦେଶୀ ପିଆଜ

ନୂଆଦିଲ୍ଲୀ,୯ା୧୨: ରାଜ୍ୟ ହେଉ କିମ୍ବା ଦେଶ ସବୁଠି ପିଆଜ ଦର ଆକାଶ ଛୁଆଁ ହେବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତିରେ ପିଆଜ କାଟିଲେ ନୁହେଁ ବରଂ ବଜାରରୁ ପିଆଜ କିଣିବା ବେଳେ ଆଖିରୁ ଲୁହ ବୋହୁଛି । ଏହାରି ମଧ୍ୟରେ ଡିସେମ୍ବର ୧୫ରେ ଦେଶରେ ବିଦେଶୀ ପିଆଜ ପହଞ୍ଚିବ ବୋଲି ସୂଚନା ମିଳିଛି । ଯାହା ଫଳରେ ସମସ୍ତିଙ୍କୁ ଟିକେ ଆଶ୍ୱସନା ମିଳିବାର ଆଶା ରହିଛି । ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ମନ୍ତ୍ରୀ ରାମବିଳାସ ପାସୱାନ ଏନେଇ ସୂଚନା ଦେଇଛନ୍ତି । ତୁର୍କୀ ଓ ଇଜିପ୍ଟରୁ ୧୭ହଜାର ୯୦ମେଟ୍ରିକ ଟନ୍ ପିଆଜ ଆସୁଛି । ଇଜିପ୍ଟରୁ ୬୦୯୦ଟନ୍ ପିଆଜ ଆସୁଥିବା ବେଳେ ତୁର୍କୀରୁ ୧୧ହଜାର ଟନ ଆସୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.