ନିଶାରେ ଚୁର ହୋଇ ଟ୍ରାକରେ ଚଢାଇଦେଲେ Maruti Dzire, ହଠାତ୍ ଚିଲେଇଲେ ଲୋକେ ତାପରେ…

ନୂଆଦିଲ୍ଲୀ: କର୍ଣ୍ଣାଟକର ଟେକାଲ ରେଳ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ମଦ୍ୟପ ବ୍ୟକ୍ତି ରେଳ ଷ୍ଟେସନ ପରିସରରେ କାର୍ ଚଳାଇ ଟ୍ରାକକୁ ପସିଯାଇଥିଲେ । ଏହା ପରେ ଗାଡି ଭାଙ୍ଗିଯାଇଥିବା ବେଳେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଯେତେବେଳେ କାରଟି ରେଳ ଟ୍ରାକରେ ପ୍ରବେଶ କରିଥିଲା, ସେତେବେଳେ ଟ୍ରେନ୍ ସେବା ଚାଲୁ ନଥିଲା। ଏହି କାରଣରୁ କୌଣସି କ୍ଷତି ହୋଇନଥିଲା । ଏକ କ୍ରେନ୍ ସାହାଯ୍ୟରେ କାରଟିକୁ ଟ୍ରାକରୁ ବାହାର କରାଯାଇଥିଲା।

କୁହାଯାଉଛି ଯେ ରାକେଶ ନାମକ ଜଣେ ବ୍ୟକ୍ତି ତାଙ୍କ ମାରୁତି ସ୍ୱିଫ୍ଟ ଡିଜାୟାରରେ ଥିଲେ ଏବଂ ସେ ଏତେ ମଦ୍ୟପାନ କରିଥିଲେ ଯେ ସେ ବେହୋସ ହୋଇଯାଇଥିଲେ । ଏହାପରେ କଣ କରିଲେ ସେ ନିଜେ ମଧ୍ୟ ଜାଣିପାରି ନଥିଲେ ।

ନିଶାରେ କାରର ବାଲାନ୍ସ ହରାଇଲେ- ମଦ୍ୟପାନ କରିବା ଯୋଗୁଁ ସେ କାରର ଭାରସାମ୍ୟ ହରାଇ ସିଡ଼ି ଦେଇ ସିଧା ରେଳ ପ୍ଲାଟଫର୍ମକୁ କାର ଚଳାଇ ଦେଇଥିଲେ । ଏହା ପରେ ତାଙ୍କର ମାରୁତି ସ୍ୱିଫ୍ଟ ଡିଜାୟାର ରେଳ ଟ୍ରାକରେ ଫସି ଯାଇଥିଲା । ଏହି ଘଟଣା ଘଟିବା ମାତ୍ରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଘଟଣାସ୍ଥଳରେ ପହଞ୍ଚି ରେଳ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ ।

ବୁଲଡଜୋରରେ ହଟାଗଲା କାର୍- ରେଳ ପ୍ରଶାସନ ଏ ବିଷୟରେ ସୂଚନା ପାଇବା ମାତ୍ରେ ତୁରନ୍ତ ଜେସିବି ବୁଲଡୋଜର ଡକାଯାଇ କାରଟିକୁ ରେଳ ଟ୍ରାକରୁ ହଟାଇ ଦିଆଯାଇଥିଲା । ଏହି ସମୟରେ କାରର ସମ୍ମୁଖ ଭାଗ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିଛି ।