fbpx

ବିଫ୍ କୁ ନେଇ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ

AAKASH

କର୍ଣ୍ଣାଟକର ବିରୋଧୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଫକୁ ନେଇ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାରେ । ସେ କହିଛନ୍ତି ଯେ ସେ ହିନ୍ଦୁ ଏବଂ ସେ ଏପର୍ଯ୍ୟନ୍ତ ବିଫ୍ ଖାଇନାହାଁନ୍ତି । କିନ୍ତୁ ସେ ଚାହିଁଲେ ବିଫ୍ ଖାଇପାରିବେ, ଏହା ତାଙ୍କ ଇଚ୍ଛା । କଂଗ୍ରେସ ନେତା ସିଦ୍ଧରମୈୟା ଅଭିଯୋଗ କରଛନ୍ତି ଯେ ଆରଏସଏସ ମଣିଷଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚାହୁଛି ।

ସିଦ୍ଧରମୈୟା ତୁମକୁଋରେ ଏକ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରୁଥିଲେ । ଏହି ସମୟରେ ସେ ଅଭିଯୋଗ ଆଣିଥିଲେ ଯେ ଆରଏସଏସର ଲୋକ, ସମୁଦାୟ-ସମୁଦାୟ ମଧ୍ୟରେ ମତଭେଦ ସୃଷ୍ଟି କରୁଛନ୍ତି । ସେ କହୁଛନ୍ତି ବିଫ୍ ଖାଉଥିବା ଲୋକ କେବଳ ଗୋଟିଏ ସମୁଦାୟର ଲୋକ ନୁହଁନ୍ତି ।

ସେ କହିଥିଲେ, ମୁଁ ହିନ୍ଦୁ, କିନ୍ତୁ ମୁଁ ଏପର୍ଯ୍ୟନ୍ତ ବିଫ୍ ଖାଇ ନାହିଁ, କିନ୍ତୁ ମୁଁ ଚାହିଁଲେ ବିଫ୍ ଖାଇପାରିବି । ଆପଣ ମୋ ଉପରେ ପ୍ରଶ୍ନ ଉଠାଇବାକୁ କିଏ? ସିଦ୍ଧରମୈୟା କହିଛନ୍ତି ଯେ କେବଳ ଗୋଟିଏ ସମୁଦାୟର ଲୋକେ ବିଫ୍ ଖାଇନଥାନ୍ତି । ହିନ୍ଦୁ ବି ବିଫ୍ ଖାଉଛନ୍ତି, କ୍ରିଷ୍ଟ୍ରିଆନ ବି ଖାଉଛନ୍ତି । ଏହା ଖାଇବା ଅଭ୍ୟାସ ସହ ଜଡ଼ିତ, ଏହା ମୋ ଅଧିକାର । ଆଉ ଏହି ବୟାନକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ସିଦ୍ଧରମୈୟା ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ବିଜେପି ସରକାର ଜାନୁଆରୀ ୨୦୨୧ ରେ ଗୋରୁ ସୁରକ୍ଷା ଅଧିନିୟମ ୨୦୨୦ ଆଣିଥିଲେ । ଏହା ନିୟମ ଅନୂଯାୟୀ, କୌଣସି ପ୍ରକାର ଗୋରୁ କିଣିବା, ବିକିବା, ଚାଲାଣ କରିବା, ବଧ କରିବା ଏବଂ ବ୍ୟାପାର କରିବା ଅବୈଧ ଅଟେ । ଏଥିରେ ଗାଈ, ବଳଦ, ମଇଁଷି ସାମିଲ ରହିଛି । ଏହି ଆଇନକୁ ଭାଙ୍ଗିଲେ ୭ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ହେବାର ପ୍ରାବଧାନ ରହିଛି । ଏହାସହ ୫୦ ହଜାର ରୁ ୧ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ମଧ୍ୟ ଲଗାଯିବ ।

Get real time updates directly on you device, subscribe now.