fbpx
BSKY SKY
BSKY SKY

ହାଇକୋର୍ଟଙ୍କ ସର୍ଭର ହ୍ୟାକ କରି ପର୍ଣ୍ଣ ଭିଡିଓ ପ୍ରସାରଣ କଲେ ଦୁର୍ବୃତ୍ତ, ଅଧାରୁ ଅଟକିଲା ମାମଲା ଶୁଣାଣି

BSKY

ବେଙ୍ଗାଲୁରୁ: ହାଇକୋର୍ଟଙ୍କ ସର୍ଭର ହ୍ୟାକ କରି ପର୍ଣ୍ଣ ଭିଡିଓ ପ୍ରସାରଣ କଲେ ଦୁର୍ବୃତ୍ତ। ଯାହା ଫଳରେ ଅଧାରୁ ଶୁଣାଣି ଅଟକିଥିବା ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଗତ ସୋମବାର ୪ ଡିସେମ୍ବର ୨୦୨୩ ଅପରାହ୍ନରେ ଘଟିଥିଲା।

ସୂଚନା ଅନୁଯାୟୀ, ମାନ୍ୟବର କର୍ଣ୍ଣାଟକ ହାଇକୋର୍ଟ ଏକ ମାମଲାର ଅନଲାଇନ ଜରିଆରେ ଶୁଣାଣି କରୁଥିଲେ। ଏହି ସମୟରେ ହ୍ୟାକର କୋର୍ଟର ଅନଲାଇନ ଶୁଣାଣି ପ୍ଲାଟଫର୍ମ ଜୁମ’ର ଏକ ସର୍ଭରକୁ ହ୍ୟାକ କରି ଏଥିରେ ଏକ ଅଶ୍ଳୀଳ ଭିଡିଓ ଚାଲୁ କରିଥିଲେ। ଫଳରେ ମାନ୍ୟବର କୋର୍ଟ ଏହି ସମୟରେ ଶୁଣାଣିକୁ ବନ୍ଦ କରିଥିଲେ। ପୁଣି ପରଦିନ ଯେତେବେଳେ କୋର୍ଟ କର୍ମଚାରୀମାନେ ଅନଲାଇନ କନଫରେନ୍ସିଂ ଆରମ୍ଭ କରିବାକୁ ଚାହିଁଲେ, ପୁନର୍ବାର ଅଶ୍ଳୀଳ ଭିଡିଓ ଚଳାଇବାକୁ ଚେଷ୍ଟା କରାଯାଇଥିଲା। ଏହା ପରେ ଭିଡିଓ କନଫରେନ୍ସିଂ ସୁବିଧା ସ୍ଥଗିତ ରଖିବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ।

ତେବେ ଏହି ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରସନ୍ନ ବି ଭାରାଲେ କହିଛନ୍ତି ଏକ ଗୁରୁତର ସମସ୍ୟା ଉପୁଜିଛି। ଆମେ ଲାଇଭଷ୍ଟ୍ରିମିଂ ଏବଂ ଭିଡିଓ କନଫରେନ୍ସିଂକୁ ସ୍ଥଗିତ କରୁଛୁ। ଟେକ୍ନୋଲୋଜିର ଅପବ୍ୟବହାର କରି ସର୍ଭରକୁ ଭୁଲ କରାଯାଉଛି। କର୍ଣ୍ଣାଟକ ହାଇକୋର୍ଟ ସର୍ବଦା ଲୋକଙ୍କ ଉନ୍ନତି ପାଇଁ ଟେକ୍ନୋଲୋଜି ବ୍ୟବହାରକୁ ସମର୍ଥନ କରିଥାନ୍ତି। କିନ୍ତୁ, ଏହି ପରିସ୍ଥିତି ଯୋଗୁଁ ଆମକୁ ଏହି ସୁବିଧା ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ପଡିବ। ରିପୋର୍ଟ ଅନୁଯାୟୀ,ମାନ୍ୟବର ହାଇକୋର୍ଟ ବର୍ତ୍ତମାନ ଏହି ଘଟଣାରେ ଏଫଆଇଆର୍‌ ପଞ୍ଜିକରଣ କରିଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ଚଳାଇବା ଏବଂ ଆଇଟି ଆକ୍ଟ ୨୦୦୦ଉଲ୍ଲଂଘନ ଅଭିଯୋଗରେ କର୍ଣ୍ଣାଟକ ପୋଲିସ ଅଜ୍ଞାତ ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେପଟେ ଏହି ପର୍ଣ୍ଣ ଭିଡିଓ କେଉଁଠାରୁ ଷ୍ଟ୍ରିମ ହୋଇଥିଲା ବା ସେମାନଙ୍କ ଆଇପି ଠିକଣା ପୋଲିସ ଅନୁସନ୍ଧାନ କରିସାରିଥିବା କୁହାଯାଉଛି।

 

Get real time updates directly on you device, subscribe now.