fbpx

ଓଡ଼ିଶାରେ କରୋନା ଭୟ ନାହିଁ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୩ା୩(ଓଡ଼ିଶା ଭାସ୍କର): ଓଡ଼ିଶାରେ କରୋନା ଭୟ ନଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏନେଇ ଓଡ଼ିଶାର ଦୁଇଟି ବିମାନ ବନ୍ଦର ଉପରେ କଡ଼ା ନଜର ରଖାଯାଇଛି । ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରରେ କଡ଼ା ନଜର ରଖାଯାଇଛି । ଏହାସହ ଏପର୍ଯ୍ୟନ୍ତ ଓଡ଼ିଶାରେ କରୋନା ଆକ୍ରାନ୍ତ ହୋଇଥିବା କେହି ଚିହ୍ନଟ ହୋଇନାହାନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।


ଅନ୍ୟପଟେ ଗତକାଲି ରାଜଧାନୀ ଦିଲ୍ଲୀରେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏନେଇ ଭାରତ ସରକାର କରୋନା ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କର କଡ଼ା ଯାଞ୍ଚ କରାଯିବ ବୋଲି କହିଥିଲେ ।
ଚୀନରେ ବ୍ୟାପୁଥିବା କରୋନା ଭାଇରସ ଧୀରେ ଧୀରେ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଚୀନରେ ପ୍ରାୟ ୩ହଜାରରୁ ଉଦ୍ଧ୍ୱର୍ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେଣି ।

Get real time updates directly on you device, subscribe now.