fbpx

କରୋନା: ମୃତ୍ୟୁ ସଂଖ୍ୟା ୭୧୭କୁ ବୃଦ୍ଧି

ଉହାନ, ୮ା୨: ଚୀନରେ ଦିନକୁ ଦିନ କାୟା ମେଲେଇବାରେ ଲାଗିଛି କରୋନା ଭାଇରସ । ଲୋକମାନେ ସେଠାରେ କୋକୁଆ ଭୟରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ କରୋନାରେ ୭୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି କରୋନା ଭାଇରସରେ ୩୧ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । କରୋନାକୁ ବିଶ୍ୱ ସଙ୍କଟ ଭାବେ ଘୋଷଣା କରିଛି ଡ଼ବ୍ଲୁଏଚଓ ।
ସେହିପରି ଭାରତର କେରଳରେ ଦୁଇ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା । ସେମାନେ ଗତ କିଛି ଦିନ ତଳେ ଚୀନରୁ ଫେରିଥିଲେ । ସେହିପରି ଫୁଲବାଣୀର କେତେ ଜଣ ଛାତ୍ରୀ କରୋନା ସନ୍ଦିଗ୍ଧ ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନେ ମଧ୍ୟ ଚୀନରୁ ଫେରିଥିଲେ । କିନ୍ତୁ ସେମାନଙ୍କ ରିପୋର୍ଟ ନେଗଟିଭ ବାହାରିଥିଲା । ସେମାନେ କରୋନାରେ ଆକ୍ରାନ୍ତ ହୋଇନଥିଲେ ।

Get real time updates directly on you device, subscribe now.