fbpx

ସାରା ନୁହେଁ, ବରଂ କରିନାଙ୍କ ସହ ଆଇଲ୍ୟାଣ୍ଡରେ ଫସିବାକୁ ଚାହାନ୍ତି କାର୍ତ୍ତିକ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଏପରି ଏକ ଷ୍ଟାର, ଯାହାଙ୍କ ପଛରେ ଅନେକ ଝିଅ ପାଗଳ । ତାଙ୍କର ହସ ସବୁବେଳେ ଲୋକମାନଙ୍କୁ ପାଗଳ କରିଥାଏ । ସାରା ଅଲ୍ଲୀ ଖାନ୍ ଠାରୁ ଆରମ୍ଭ କରି ଅନନ୍ୟା ପାଣ୍ଡେ ଯାଏଁ, ସମସ୍ତେ ତାଙ୍କ ସହ କାମ କରିବାକୁ ଚାହୁଛନ୍ତି । କିନ୍ତୁ ନିକଟରେ କାର୍ତ୍ତିକ ନିଜର ପ୍ରିୟ ଅଭିନେତ୍ରୀ ବିଷୟରେ କହିଛନ୍ତି । ତେବେ ଏକ ଇଣ୍ଟରଭ୍ୟୁରେ କାର୍ତ୍ତିକଙ୍କୁ ପଚରାଗଲା କି ଆପଣ କାହା ସହିତ ଆଇଲ୍ୟାଣ୍ଡରେ ଫସିବାକୁ ଚାହିଁଛନ୍ତି? ଯାହାର ଉତ୍ତର ଦେବାକୁ ଯାଇ କାର୍ତ୍ତିକ ସାଙ୍ଗେ ସାଙ୍ଗେ କରିନା କପୁରଙ୍କ ନାମ ନେଇଥିଲେ । କରିନାଙ୍କୁ ସେ ନିଜର ପ୍ରିୟ ଅଭିନେତ୍ରୀ ବୋଲି କହିଥିଲେ ।

ଏହା ପୂର୍ବରୁ କାର୍ତ୍ତିକ ଓ କରିନା ଡିଜାଇନର ମନୀଷ ମାଲହୋତାଙ୍କ ଏକ ଶୋ’ ପାଇଁ ରାମ୍ପରେ ନଜର ଆସିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତେବେ ସୋସିଆଲ ମିଡିଆରେ କାର୍ତ୍ତିକ ଓ ସାରାଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଲଭ୍ ଆଜ୍ କାଲ’ର ସୁଟିଂ ଆରମ୍ଭ ହେବା ମାତ୍ରେ ଉଭୟଙ୍କୁ ପାର୍ଟି ଓ ବହୁ ସ୍ଥାନରେ ଏକାଠି ବୁଲିବାର ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ନିକଟରେ ସେମାନଙ୍କ ବ୍ରେକଅପ୍ ହୋଇଛି ବୋଲି ଖବର ଆସିଥିଲା । କିନ୍ତୁ ଉଭୟ ନିଜ ରିଲେସନସିପକୁ ନେଇ କିଛି ବି ପ୍ରତିକ୍ରିୟା ଦେଇନାହାନ୍ତି ।

Get real time updates directly on you device, subscribe now.