fbpx

ଅଧିକ ଏଲୋବେରା ସେବନ କରିବା ଦ୍ୱାରା ହୋଇପାରେ କ୍ଷତିକାରକ !

ଆପଣ ମାନେ ଜାଣିଥିବେ ଯେ ଏଲୋବେରାର ବହୁତ ଔଷଧୀୟ ଗୁଣ ରହିଛି କିନ୍ତୁ ଏହାକୁ ଅଧିକ ସେବନ କରିଲେ କ୍ଷତିକାରକ ହୋଇପାରେ ବୋଲି ଆପଣମାନେ ଶୁଣିନଥିବେ କି ଜାଣିମଧ୍ୟ ନଥିବେ । ଏଲୋବେରା ଶରୀର ସହିତ ତ୍ୱଚା ଏବଂ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଦେଖିବା ପାଇଁ ସମାନ୍ୟ ଗୋଟିଏ ଗଛ ବୋଲି ଜଣା ପଡ଼େ କିନ୍ତୁ ଏଥିରେ ବହୁତ ଔଷଧୀୟ ଗୁଣ ଥାଏ । ଏହା ଆପଣ ମାନଙ୍କୁ ବହୁତ ରୋଗରୁ ମୁକ୍ତି କରିବା ସହିତ ପାଚନ ପ୍ରକ୍ରିୟା, ରକ୍ତ ସଂଚାରଣ, ଡାଇବେଟିସ୍ ସମସ୍ୟାରେ ମଧ୍ୟ ବହୁତ ସାହାର୍ଯ୍ୟ କରିଥାଏ ।  ତେବେ ଆସନ୍ତୁ ଜାଣିବା କିପରି ଅଧିକ ସେବନ କରିଲେ ଏହା କ୍ଷତିକାରକ ହୋଇପାରେ ।
ସ୍କିନ୍ ଏଲର୍ଜି
ଏଲୋବେରା ଜେଲ ଅଧିକ ବ୍ୟବହାର କରିବା ଦ୍ୱାରା ତ୍ୱଚା ନାଲି ପଡ଼ିବା ସହିତ କୁଣ୍ଡେଇବା ଆରମ୍ବ ହୋଇଥାଏ ।  ଏଲୋବେରା ତ୍ୱଚା ପାଇଁ ବହୁତ ଉପକାର ହୋଇଥାଏ କିନ୍ତୁ ଅଧିକ ବ୍ୟବହାର ଦ୍ୱାରା ତ୍ୱଚାକୁ ଖରାପ ମଧ୍ୟ କରାଇଦେଇଥାଏ ।
ଡିହାଇଡ୍ରେସନ
ବହୁତ ଲୋକ ମୋଟାପଣ କମାଇବା ପାଇଁ ଏଲୋବେରା ଜୁସ ସେବନ କରିଥାନ୍ତି । ଏହା ମୋଟାପଣ କମାଇବା ପାଇଁ ବହୁତ ସାହାର୍ଯ୍ୟ ମଧ୍ୟ କରେ କିନ୍ତୁ ଏହାକୁ ଅଧିକ ସେବନ କରିଲେ ଶରୀରରେ ପାଣିର ଅଭାବ ହେବା ସହିତ କ୍ଷତିକାରକ ମଧ୍ୟ ହୋଇପାରେ ।
ଗର୍ଭବତୀ ମହିଳା ପାଇଁ କ୍ଷତିକାରକ
ଏଲୋବେରାରେ ଥିବା ଲେକ୍ଟୋଟିଙ୍ଗ୍ ପ୍ରୋଟିନ ଗର୍ଭବତୀ ମହିଳା ପାଇଁ କ୍ଷତିକାରକ ହୋଇପାରେ । ଏହାର ସେବନରେ ଗର୍ଭ ନଷ୍ଟ ହେବାର ସମ୍ବାବନା ମଧ୍ୟ ହୋଇଥାଏ ।
ବ୍ଲଡ ପ୍ରେସର
ଏଲୋବେରାର ଅତ୍ୟନ୍ତ ସେବନ କରିବା ଦ୍ୱାରା ବ୍ଲଡ ପ୍ରେସର ନିମ୍ନ ରକ୍ତଚାପ ହୋଇପାରେ । ଏହା ଉଚ୍ଚ ରକ୍ତଚାପ ଲୋକଙ୍କ ପାଇଁ ଭଲ କିନ୍ତୁ ନିମ୍ନ ରକ୍ତଚାପ ପ୍ରେସର ଲୋକଙ୍କ ପାଇଁ ବହୁତ ସମସ୍ୟା ଉପୁଜାଇ ଥାଏ ।
ଦୁର୍ବଳତା
ଏଲୋବେରାର ସେବନ କରିବା ସମୟରେ ଧ୍ୟାନ ରଖିବେ ଯେ ଏହାକୁ ନିୟମିତ ଅଳ୍ପ ମାତ୍ରାରେ ସେବନ କରିବେ । ଏହାର ଜୁସ୍ କୁ ସବୁବେଳେ ପିଇଲେ ଶରୀରରେ ପୋଟାସିୟମ ର ମାତ୍ରା କମେଇଦେଇପାରେ ତାଫଳରେ ହୃତପିଣ୍ଡର ସ୍ପନ୍ଦନ କମେଇଦେବା ସହିତ ଶରୀର ଦୁର୍ବଳ ମଧ୍ୟ ହୋଇଯାଇଥାଏ ।

Get real time updates directly on you device, subscribe now.