fbpx

ବଢ଼ିବ କୋଭିଡ଼ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): କୋଭିଡ଼ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ସମୀକ୍ଷା ବୈଠକ କରିଥିଲେ । ସେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକ ପରେ ସପ୍ତାହକ ମଧ୍ୟରେ କୋଭିଡ଼ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା ବଢ଼ିବ ବୋଲି ସୂଚନା ମିଳିଛି । ୬ଟି ଜିଲ୍ଲାରେ କୋଭିଡ଼୍ କେୟାର ସେଣ୍ଟର ଶଯ୍ୟା ବଢ଼ିବ । ୬ଟି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବଲାଙ୍ଗୀର । ସଙ୍ଗରୋଧ କେନ୍ଦ୍ରର ଉପଯୁକ୍ତ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ପାଇଁ ପଦକ୍ଷେପ ନେବାକୁ ଗରୁତ୍ୱ ଦିଆଯାଇଛି । ଏହାସହ ଅର୍ଥନୀତିକୁ ଚଳଚଞ୍ଚଳ ସହ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଇଛି । ମହିଳା, ପ୍ରସୂତି, ଶିଶୁ, ଭିନ୍ନକ୍ଷମ ଓ ବୟସ୍କଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ପିପିଇ, ମେଡ଼ିକାଲ ଉପକରଣ ଯୋଗାଣ ସୁନିଶ୍ଚିତ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କୃଷି ଅର୍ଥନୀତିକୁ ସୁଦୃଢ଼ କରିବାକୁ ସରକାର ୩ଟି ଅଧ୍ୟାଦେଶ ଆଣିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.