fbpx

ଚଳିତବର୍ଷ ହେବନି ସ୍ପେଶାଲ OJEE

ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହାସହ କରୋନା ପାଇଁ ସ୍କୁଲ, କଲେଜ ବନ୍ଦ ରହିଥିବା ବେଳେ କେତେକ ପରୀକ୍ଷା ମଧ୍ୟ ବାତିଲ ହୋଇଛି । ଏହାରି ମଧ୍ୟରେ କରୋନା ସଙ୍କଟ ଯୋଗୁଁ ଏଥର ସ୍ପେଶାଲ ଓଜେଇଇ ହେବନି ବୋଲି ସୂଚନା ମିଳିଛି । ସ୍ପେଶାଲ ଓଜେଇଇ ବଦଳରେ ଜାରି ହୋଇଛି ନୂଆ ଗାଇଡ଼ ଲାଇନ । ସ୍ପେଶାଲ ଓଜେଇଇ ବଦଳରେ ଏକ ସିବିଟି ଟେଷ୍ଟ କରାଯିବ । କେବଳ ବି.ଟେକ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସିବିଟି ଟେଷ୍ଟ ହେବ । ଜେଇଇ ମେନରୁ ବଞ୍ଚିତ ଛାତ୍ରଛାତ୍ରୀ ମଧ୍ୟ ସିବିଟି ଟେଷ୍ଟ ପାଇଁ ଆବେଦନ କରିପାରିବେ । www.ojee.nic.in  ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରି ପାରିବେ । ଆଜିଠୁ ସିବିଟି ଟେଷ୍ଟ ପାଇଁ ଆବେଦନ ଆରମ୍ଭ ହୋଇଛି ।

Get real time updates directly on you device, subscribe now.