fbpx

କାର୍ତ୍ତିକ ଆର୍ଯ୍ୟନ ଚାହୁଁଛନ୍ତି ଦୀପିକା ପାଦୁକୋନ୍ ପରି କନ୍ୟା, ହେଲେ କାହିଁକି

କରୋନା ଭାଇରସ୍ ଯୋଗୁଁ ସମସ୍ତେ ଘରେ ବନ୍ଦୀ ହୋଇ ରହିଥିବା ବେଳେ ବଲିଉଡ ଷ୍ଟାରମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କରିବାରେ ଲାଗିଛନ୍ତି । ସେହିଭଳି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ସେଥିରୁ ବାଦ୍ ପଡିନାହାନ୍ତି । ସେ ଲଗାତାର ନିଜ ପ୍ରଂଶସକମାନଙ୍କ ପାଇଁ ମଜାଳିଆ ଭିଡିଓ ସେୟାର କରୁଛନ୍ତି । କାର୍ତ୍ତିକଙ୍କର ଅଧିକ ପ୍ରଂଶସକ ଥିବା ବେଳେ ଅନେକ ଝିଅମାନଙ୍କର ସେ ହେଉଛନ୍ତି କ୍ରସ । ତେବେ କାର୍ତ୍ତିକ କେଉଁ ଭଳି ଝିଅକୁ ବାହାହେବାକୁ ଚାହୁଁଛନ୍ତି ବୋଲି ନିକଟରେ କହିଛନ୍ତି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ।

କାର୍ତ୍ତିକ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପରି ଝିଅକୁ ବାହାହେବାକୁ ଚାହୁଁଛନ୍ତି । କିନ୍ତୁ ଏହାର କାରଣ କଣ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଥିଲେ, ଦୀପିକା ତାଙ୍କ ସ୍ୱାମୀଙ୍କ ପାଇଁ ଗର୍ବି ଅନୂଭବ କରନ୍ତି ତାହାକୁ ଦେଖି ମୋତେ ବହୁତ ଖୁସି ଲାଗେ । ମୁଁ ଚାହେଁ ମୋତେ ବି ଦୀପିକାଙ୍କ ପରି କନ୍ୟା ମିଳୁ ।’

ତେବେ ଏହା ପୂର୍ବରୁ କାର୍ତ୍ତିକ ଆର୍ଯ୍ୟନଙ୍କ ନାମ ସାରା ଅଲ୍ଲୀ ଓ ଅନନ୍ୟା ପାଣ୍ଡେଙ୍କ ସହ ନିଆଯାଇଛି । କିନ୍ତୁ କାର୍ତ୍ତିକ କେବେ ବି ନିଜ ସମ୍ପର୍କକୁ ନେଇ କୌଣସି ଖୁଲାସା କରିନାହାନ୍ତି ।

Get real time updates directly on you device, subscribe now.