fbpx

ଶ୍ରୀଜିଉଙ୍କ ସ୍ନାନଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ, ୪ା୬(ଓଡ଼ିଶା ଭାସ୍କର): ପୁରୀରେ ସ୍ନାନଯାତ୍ରା ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାସହ କେନ୍ଦ୍ରାଞ୍ଚଳ ଡିଆଇଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଶ୍ରୀମନ୍ଦିରରେ ସାମାଜିକ ଦୂରତା ରଖିବେ ସେବାୟତ । ଆଜି ରାତି ୧୦ଟାରୁ ପୁରୀ ବଡ଼ଦାଣ୍ଡରେ ୧୪୪ଧାରା ଲାଗୁ ହେବ । ସ୍ନାନଯାତ୍ରା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବା ନେଇ ୩୭ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ୯ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ ନିୟୋଜିତ କରାଯାଇଛି । ସେହିପରି୨ଜଣ କମାଣ୍ଡାଣ୍ଟ, ୬ଜଣ ଅତିରିକ୍ତ ଏସପି ,୧୯ଡିଏସପି, ୪୪ଇନସପେକ୍ଟର, ୧୫୭ ଏସଆଇ, ୨୪ ଜଣ ଟ୍ରାଫିକ କନେଷ୍ଟବଳ ଙ୍କୁ ନିୟୋଜିତ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ରହିବେ ୬୬୫ ଟି ହୋମଗାର୍ଡ଼ । ଏହାସହ ସିସିଟିଭି ନଜରରେ ସମସ୍ତ ଅଞ୍ଚଳ ରହିବ । ଟିଭି ମାଧ୍ୟମରେ ଭକ୍ତମାନେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ସେ ପରାମର୍ଶ ଦେଇଛନ୍ତିି ।

ଉଲ୍ଲେଖଯୋଗ୍ୟ ଯେ ଆଜି ରାତି ଗୋଟାଏରୁ ସ୍ନାନ ପହଣ୍ଡି ନିତି ଆରମ୍ଭ ହେବ । ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି ୧ଟାରୁ ମଙ୍ଗଳାର୍ପଣ ଆରମ୍ଭ ହେବ। ଭୋର ୪ଟା ୩୦ରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ ,ସକାଳ ୫ଟାରେ ତଡ଼ପ ଲାଗି ଓ ୬ଟାରେ ଅବକାଶ ନୀତି ସମ୍ପର୍ଣ୍ଣ ହେବ। ୭ଟା ୩୦ରୁ ୯ଟା ୩୦ ଯାଏ ଜଳ ବିଜେ, ପୂଜା, ସ୍ନାନ ନୀତି କରାଯିବ। ଦିନ ୧୦ଟା ୩୦ରେ ଛେରା ପହଁରା ନୀତି, ଦିନ ୧୧ଟାରୁ ୧୨ଟା ଶ୍ରୀଜିଉଙ୍କ ହାତୀ ବେଶ ହେବ । ଚଳିତ ବର୍ଷ ବନ୍ଦ ରହିବ ଶ୍ରୀଜିଉଙ୍କ ସାହାଣମେଲା ନୀତି । ସନ୍ଧ୍ୟା ୫ଟାରୁ ୮ଟା ବାହୁଡ଼ା ପହଣ୍ଡି କରାଯିବ।

Get real time updates directly on you device, subscribe now.