fbpx

ଓଡିଶାରୁ ଟଳିନି ପଙ୍ଗପାଳ ବିପଦ

ଭୁବନେଶ୍ୱର,୪ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଦାଉ ସାଜୁଛନ୍ତି ପଙ୍ଗପାଳ । ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତରେ ପଙ୍ଗପାଳ ଥିବା ବେଳେ ଓଡିଶା ପ୍ରତି ଟଳିନି ବିପଦ । ଏନେଇ ଆଜି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ପଙ୍ଗପାଳ ମୁକାବିଲା କରିବା ପାଇଁ ରାଜ୍ୟକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ହାଇ ରିସ୍କ, ମଡେରେଟ ରିସ୍କ ଓ ଲୋ ରିସ୍କ ଭାବରେ ବିଭକ୍ତ କରାଯାଇଛି । ହାଇ ଓ ମଡରେଟ ଜୋନରେ ୯ଟି ଲେଖାଏଁ ଜିଲ୍ଲା ରହିଥିବା ବେଳେ ଲୋ ରିସ୍କରେ ୧୨ଟି ଜିଲ୍ଲା ରହିଛି ।

ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ‘ପଙ୍ଗପାଳକୁ ନେଇ ସୀମାବର୍ତ୍ତୀ ଜିଲ୍ଲାଗୁଡିକୁ ହାଇ ରିସ୍କରେ ରଖାଯାଇଛି । ବର୍ତ୍ତମାନ ପଙ୍ଗପାଳ ମଧ୍ୟପ୍ରଦେଶରେ ଅଛନ୍ତି । କିନ୍ତୁ ଓଡିଶାକୁ ଆସିବେ କି ନାହଁ, ତାହା ମୌସୁମୀ ଉପରେ ନିର୍ଭର କରୁଛି । ସାଧାରଣ ଝିଣ୍ଟିକାକୁ ଦେଖି ଗୁଜବ ଉପରେ ବିଶ୍ୱସ ଉପରେ ବିଶ୍ୱସ କରନ୍ତୁ ନାହିଁ । ପଙ୍ଗପାଳକୁ ନେଇ ଜିଲ୍ଲାପାଳଙ୍କ ଅଧୀନରେ କମିଟି ଗଠନ କରାଯାଇଛି । ସ୍ପ୍ରେ ଓ ଔଷଧ ମହଜୁଦ ରଖାଯାଇଛି ।’

Get real time updates directly on you device, subscribe now.