fbpx
BJD SKY
BJD SKY

ଏକାସାଙ୍ଗରେ ୨୫ଟି ସ୍କୁଲରେ ପଢାଉଥିବା ମହିଳା ଶିକ୍ଷୟିତ୍ରୀ ଗିରଫ

BJD

ଉତ୍ତରପ୍ରଦେଶରେ ଜଣେ ମହିଳା ଶିକ୍ଷୟିତ୍ରୀ ଏକା ସାଙ୍ଗରେ ୨୫ଟି ସ୍କୁଲରେ ଚାକିରି କରିଥିବା ଘଟଣା ପ୍ରଶାସନର ନିଦ ଭାଙ୍ଗିଦେଇଛି । ଅନାମିକା ଶୁକ୍ଲା ନାମକ ଜଣେ ଶିକ୍ଷୟିତ୍ରୀ ଗୋଟିଏ ପଦରେ ୨୫ଟି ସ୍କୁଲରେ ରହି ୧୩ ମାସରେ ପ୍ରାୟ ୧ କୋଟି ଟଙ୍କାର ଦରମା ନେଇସାରିଛନ୍ତି । ଖବର ପାଇବା ପରେ ପୋଲିସ ଅନାମିକାଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ତେବେ ମେନପୁରୀ ବାସିନ୍ଦା ଅନାମିକା ଶୁକ୍ଲା ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ଥିବା ବେଳେ ସେ ଏକାଥରେ ୨୫ଟି ସ୍କୁଲରେ ଚାକିରି କରୁଥିଲେ । ୧୩ ମାସ ଭିତରେ ୨୫ଟି ସ୍କୁଲରୁ ପ୍ରାୟ ୧ କୋଟି ଟଙ୍କାର ଦରମା ତାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡିଥିଲା । ଶିକ୍ଷୟିତ୍ରୀଙ୍କ ଡିଜିଟାଲ ଡାଟାବେସ୍ ପ୍ରସ୍ତୁତ ବେଳେ ମାମଲାର ଖୁଲାସା ହୋଇଥିଲା । ଅନ୍ୟପଟେ ଅନାମିକା କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ଜଏନ୍ କରିଥିଲେ । ସେଠାରେ କଣ୍ଟ୍ରାକ୍ଟ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ହେଉଥିବା ବେଳେ ସେମାନଙ୍କୁ ମାସକୁ ୩୦ ହଜାର ଦରମା ଦିଆଯାଏ । ସେହିପରି ଜିଲ୍ଲାର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ କସ୍ତୁରବା ଗାନ୍ଧୀ ସ୍କୁଲ ରହିଛି । ଯାହାର ଫାଇଦା ଉଠାଇ ଅନାମିକା ଏକାସାଙ୍ଗରେ ୨୫ଟି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ରହିବା ସହ ୧ କୋଟିରୁ ଅଧିକ ଦରମା ନେଇ ଠକେଇ କରିଛନ୍ତି ।

Get real time updates directly on you device, subscribe now.