fbpx

ମାସ୍କ କିଣାବିକାକୁ ନେଇ କୌଣସି ଦୁର୍ନୀତି ହୋଇନାହିଁ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ମାସ୍କ କିଣାବିକା ଦୁର୍ନୀତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ ପ୍ରଥମେ ୧୦ଟଙ୍କାରେ ମାସ୍କ କିଣିବା ପାଇଁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଥିଲା । ପରେ ୧୬ଟଙ୍କାରେ ମାସ୍କ କିଣିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଆସିଲା । ୨୪ମାର୍ଚ୍ଚରେ କେନ୍ଦ୍ର ପକ୍ଷରୁ ଏନେଇ ନିର୍ଦ୍ଦେଶ ଆସିଥିଲା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମାସ୍କ କିଣା ହୋଇଛି । ଏଥିରେ କୌଣସି ପ୍ରକାର ଦୁର୍ନୀତି ହୋଇନାହିଁ ।ଏହାସହ ନବୀନ ସକରାର କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତିନି । ଏହିପରି ସ୍ଥିତିରେ କରୋନା ଯୋଦ୍ଧାଙ୍କ ମନୋବଳ ଭାଙ୍ଗନ୍ତୁନାହିଁ ବୋଲି ସେ କହିଛନ୍ତି । ଯାହା ବି କରାଯାଇଛି କେନ୍ଦ୍ରର ଗାଇଡ଼ଲାଇନ ଅନୁସାରେ କରାଯାଇଛି । ଡାକ୍ତର, ମେଡ଼ିକାଲ ଷ୍ଟାଫ, ସରକାରୀ ଅଫିସରଙ୍କ ପାଇଁ ରାଜ୍ୟ ଗର୍ବିତ । ଉଲ୍ଳେଖଯୋଗ୍ୟ ଯେ ହେମନ୍ତ ଶର୍ମାଙ୍କୁ କୋଭିଡ଼ ସାମଗ୍ରୀ କିଣିବା ଦାୟିତ୍ୱ ଦିଆଯାଇଥିଲା ।

Get real time updates directly on you device, subscribe now.