fbpx

ସମସ୍ତ ପ୍ରକାର ଗୁଜବ ଠାରୁ ଦୂରରେ ରୁହନ୍ତୁ: ବାଗଚୀ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ । ସୂଚାରୁ ରୂପେ ସ୍ନାନଯାତ୍ରା ସରିଥିବାରୁ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । କୋଭିଡ଼ ଲଢ଼େଇରେ ଗଜପତି ମହାରାଜ ଉଦାହରଣ ସାଜିଛନ୍ତି । କରୋନାର ଅସଲ ଯୁଦ୍ଧ ଏବେ ବାକି ଅଛି । ସମସ୍ତ ପ୍ରକାର ଗୁଜବ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ଭିନ୍ନ ପର୍ଯ୍ୟାୟକୁ ଆଖିରେ ରଖି ପ୍ରଶାସନିକ ଅଦଳବଦଳ କରାଯାଇଛି । ପ୍ରଶାସନିକ ଅଦଳ ବଦଳକୁ ନେଇ ଗୁଜବର ବିଶ୍ୱାସ କରନ୍ତୁନି ।
ଏହାସହ ସେ କହିଛନ୍ତି ଯେ କରୋନା ନେଇ ଜୁନ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶା ପାଇଁ ଜୁନ ମାସ ନିର୍ଣ୍ଣାୟକ ମାସ ହେବ । ପ୍ରବାସୀଙ୍କ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି କି ନାହିଁ ୧୫ ଦିନରେ ଜଣାପଡ଼ିବ । ଆଗକୁ ମୌସୁମୀ ମଧ୍ୟ ଆସୁଛି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କିଛି ବିଦେଶ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତୃତୀୟ ପର୍ଯ୍ୟାୟରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଥିଲେ । ଏବେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ଚାଲିଛି, ଯାହା ବହୁତ ସମ୍ବେଦନଶୀଳ । ଏବେ ଜୀବନ ଓ ଜୀବିକା କଥା ସାମ୍ନାକୁ ଆସିଛି । ଜୀବନ ଓ ଜୀବିକାର ଦ୍ୱନ୍ଦ୍ୱକୁ ବାସ୍ତବବାଦୀ ହୋଇ ଗ୍ରହଣ କରିବାକୁ ପଡ଼ିବ ।
ସଂକ୍ରମଣ ତାଲିକାରେ ବିଶ୍ୱରେ ଭାରତ ଷଷ୍ଠ ସ୍ଥାନକୁ ଆସିଛି । ଲକଡାଉନର ଅର୍ଥ ନୁହେଁ ଅଲ କ୍ଲିୟର । ସେହିପରି ଲକଡାଉନ କୋହଳର ଅର୍ଥ ନୁହେଁ ଯେ କରୋନା ଚାଲିଗଲା । ସାମାଜିକ ଦୂରତା ରଖନ୍ତୁ, ମାସ୍କ ପିନ୍ଧନ୍ତୁ, ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.