fbpx

କମ୍ ବୟସରେ ପ୍ରେମ, ବୟଫ୍ରେଣ୍ଡ ଧୋକା ଦେବାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଆଜିକାଲିର ସମୟରେ କମ୍ ବୟସର ପୁଅ, ଝିଅ ପ୍ରେମରେ ପଡିବା ସାଧାରଣ କଥା ହୋଇଗଲାଣି । କେହି ସଫଳ ହୁଅନ୍ତି ତ ଆଉ କିଏ ପ୍ରେମରେ ଫସି ନିଜ ଜୀବନ ହାରି ଦିଅନ୍ତି । ସେହିଭଳି ଆସନ୍ତୁ ଜାଣିବା ଜଣେ ଟିଭି ଦୁନିଆର ଲୋକପ୍ରିୟ ଅଭିନେତ୍ରୀଙ୍କ ବିଷୟରେ, ଯେ କି କମ୍ ବୟସରେ ଦୁନିଆକୁ ବିଦାୟ ଦେଇଥିଲେ ।

ସେ ଆଉ କେହି ନୁହନ୍ତି, ବରଂ ‘ବାଳିକା ବଧୂ’ ସିରିଏଲରେ ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀ । ସେ ବହୁ ଦିନ ଧରି ବାଳିକା ବଧୂରେ ଆନନ୍ଦୀ ଭାବେ ଅଭିନୟ କରିବା ସହ ସେଥିରୁ ହିଁ ଲୋକପ୍ରିୟତା ହାସଲ କରିଥିଲେ । ଏହା ବ୍ୟତିତ ପ୍ରତ୍ୟୁଷା ସସୁରାଲ ସିମରନ୍ ଓ ସାବଧାନ୍ ଇଣ୍ଡିଆରେ ମଧ୍ୟ ନଜର ଆସିଛନ୍ତି । କିନ୍ତୁ ୨୦୧୬ ମସିହାରେ ପ୍ରତ୍ୟୁଷା ହଠାତ୍ ଆତ୍ମହତ୍ୟା କରିଥିଲେ, ଯାହାକୁ ନେଇ ଟିଭି ଜଗତର ସମସ୍ତ ଅଭିନେତା ଓ ଅଭିନେତ୍ରୀ ଆଶ୍ଚର୍ଯ୍ୟ ହୋଇଥିଲେ ।

ତେବେ ଅଭିନେତ୍ରୀ ପ୍ରତ୍ୟୁଷାଙ୍କ ମୃତ୍ୟୁର କାରଣ ଖୋଜିବାକୁ ବେଶ୍ ଖୋଳତାଡ ହୋଇଥିଲା । ପରେ ଜଣାପଡିଲା ଯେ, ପ୍ରତ୍ୟୁଷାଙ୍କ ମୃତ୍ୟୁ ପଛର କାରଣ ତାଙ୍କ ପ୍ରେମିକ । ପ୍ରକୃତରେ ପ୍ରତ୍ୟୁଷାଙ୍କ ମୃତ୍ୟୁ ସମୟରେ ସେ ଗର୍ଭବତୀ ଥିଲେ । ପ୍ରେମିକଠାରୁ ପ୍ରତାରଣା ପାଇବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ଓ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.