fbpx

ଜମ୍ମୁ କଶ୍ମୀରରେ ହିନ୍ଦୁ ଓ ଶିଖଙ୍କୁ ହତ୍ୟା ଘଟଣା: ମାମଲା ପହଞ୍ଚିଲା ସୁପ୍ରିମକୋର୍ଟରେ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ହିନ୍ଦୁ ଓ ଶିଖ ସମ୍ପ୍ରଦାୟର ଲୋକଙ୍କ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଅବଗତ କରାଯାଇଛି । ଦିଲ୍ଲୀ ଓକିଲ ବିନିତ ଜିନ୍ଦଲ ଏହି ଚିଠି ଲେଖିଥିବା ଜଣାପଡ଼ିଛି । ଜମ୍ମୁ କଶ୍ମୀରରେ ରହୁଥିବା ସ୍ୱଳ୍ପ ସଂଖ୍ୟକ ଶିଖ ଓ ହିନ୍ଦୁଙ୍କ ସୁରକ୍ଷା ନେଇ ସେ ନିବେଦନ କରିଛନ୍ତି ।

ଜଣାପଡ଼ିଛି ଯେ, ଘାଟିରେ ହିନ୍ଦୁ ଓ ଶିଖଙ୍କୁ ଖୋଜି ଖୋଜି ନିଶାନା ବନା ଯାଉଛି । କଶ୍ମୀରୀ ପଣ୍ଡିତ ଶିକ୍ଷକ ମାଖନ ଲାଲ ବିଦ୍ରୁ, ପ୍ରଧାନ ଅଧ୍ୟାପିକା ସୁପିଦର କୌର, ଦୀପକ ଚାନ୍ଦ ପ୍ରମୁଖ ହେଉଛନ୍ତି ଏହାର ଜ୍ୱଳନ୍ତ ପ୍ରମାଣ । ଏହି ହତ୍ୟା ଘଟଣାର ଯାଞ୍ଚ ଏକ ରାଷ୍ଟ୍ରୀୟ ଏଜେନ୍ସି ଦ୍ୱାରା କରିବାକୁ ଅପିଲ କରାଯାଇଛି । ଏଥିସହ ମୃତକଙ୍କ ପରିବାରଙ୍କ ୧ କୋଟି ଟଙ୍କାର ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ନିବେଦନ କରାଯାଇଛି ।

Get real time updates directly on you device, subscribe now.