fbpx

ବୈଷ୍ଣୋଦେବୀ ଦର୍ଶନ ସାରି ଫେରୁଥିଲା ବେଳେ ଘଟିଗଲା ଅଘଟଣ, ଗାଡି ଖାଇରେ ଖସିି ଜଣେ ମୃତ ଓ ୭ ଗୁରୁତର

କଟରା:ଜାମ୍ମୁ କାଶ୍ମୀରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଏକ ଟେମ୍ପୋ କାର୍ କଟରା ନିକଟରେ ଭାରସାମ୍ୟ ହରାଇ ଖାଇରେ ଖସିପଡିବାରୁ ଏପରି ଦୁର୍ଘଟଣା ଘଟିଛି ।

ପୋଲିସ ସୂଚନା ଅନୁସାରେ ଗାଡି କଟରାରୁ ଜାମ୍ମୁ ଆଡକୁ ଯାଉଥିଲା । ସମସ୍ତ ଶ୍ରଦ୍ଧାଳୁ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ । ଏହି ସମୟରେ ଅଚାନକ ଗାଡିଟି ଦୁର୍ଘଟଣାର ଶିକାର ହୋଇଥିଲା । ଗାଡିରେ ମୋଟ ୮ ଜଣ ଯାତ୍ରୀ ଥିଲେ ଓ ସେମାନଙ୍କ ମଧ୍ୟରେ ଜଣେ ୭ବର୍ଷର ଶିଶୁ ଥିଲା ଯାହାର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।

ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସ୍ଥାନୀୟ ଲୋକଙ୍‌କ ସହାୟତାରେ ଗାଡି ତଳେ ରହିଯାଇଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କର ହସ୍ପିଟାଲ ପହଞ୍ଚାଇଥିଲା ।

Get real time updates directly on you device, subscribe now.