fbpx

ପରିବାର ସହ ରାଜସ୍ଥାନ ବାହାରିଲେ କାଟ୍ରିନା, ଦେଖନ୍ତୁ ଭିଡିଓ

AAKASH

ମୁମ୍ବାଇ: ଯେଉଁ ଦିନକୁ ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଥିଲେ ମାନନ୍ତୁ ସେ ଦିନ ଆସିଯାଇଛି । ବଲିଉଡ୍ ର ସବୁଠାରୁ ବଡ଼ ବିବାହ ମଧ୍ୟରୁ କାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହର ପ୍ରସ୍ତୁତି ଦିନ ଆରମ୍ଭ ହୋଇଯାଇଛି । ତେବେ ଏହା ଭିତରେ ରାଜସ୍ଥାନରେ ଡେଷ୍ଟିନେସନ୍ ୱେଡିଂ ପାଇଁ ଦୁହିଁଙ୍କ ପରିବାର ରାଜସ୍ଥାନକୁ ବାହାରି ଯାଇଛନ୍ତି । ଗତକାଲି ଠାରୁ ସବୁ ରୀତିନୀତି ଆରମ୍ଭ ହୋଇଯିବ ।

ଏହି କ୍ରମରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ କାଟ୍ରିନାଙ୍କ ପରିବାର ଲୋକ ଓ ଅନ୍ୟାନ୍ୟ ଷ୍ଟାଫ୍ ମେମ୍ବରସ୍ ମାନେ ପ୍ୟାକିଂ କରୁଥିବା ଦେଖିବାକୁ ମିଳିଛି । ଭିଡିଓକୁ ଦେଖି ଏହା ସଫା ସଫା ଜଣାପଡ଼ୁଛି ଯେ, କାଟ୍ରିିନାଙ୍କ ଫ୍ୟାମିଲି ବିବାହର ପ୍ରସ୍ତୁତି ପାଇଁ ରାଜସ୍ଥାନ ବାହାରିଛନ୍ତି । କାଟ୍ରିନାଙ୍କ ଷ୍ଟାଫ୍ ମେମ୍ବର ମାନେ ଏକ ଗାଡ଼ିରେ ଅନେକ ସୁଟକେସ୍ ରଖୁଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ୟ, ଡିସେମ୍ବର ୯ ତାରିଖରେ କାଟ୍ରିନା ଓ ଭିକିଙ୍କ ବିବାହ ହେବାକୁ ଯାଉଛି । ଆସନ୍ତା କାଲି ଠାରୁ ପୂର୍ବ ରୀତିନୀତି ଆରମ୍ଭ ହୋଇଯିବ । ଦମ୍ପତିଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟ ବରୱାଡ଼ା ହୋଟେଲରେ ହେବ ।

Get real time updates directly on you device, subscribe now.