fbpx
BJD SKY
BJD SKY

‘୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି, ଭୁଲ ଫୋନ୍ ନମ୍ବର ଓ ଠିକଣା ଦେଇଛନ୍ତି’: ସ୍ୱାସ୍ଥ୍ୟ ବିଭାଗ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାକୁ ଘାରିଲାଣି ଓମିକ୍ରନ୍ ଭୟ । ରେକଟ୍ ବେଗରେ ରାଜ୍ୟକୁ ରାଜ୍ୟ ବ୍ୟାପୁଥିବା ବେଳେ ଏହା ଏବେ ଦିନକୁ ଦିନ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ କରାଯାଉଛି । ରାଜ୍ୟକୁ ଓମିକ୍ରନ୍ ଆକ୍ରାନ୍ତ ଦେଶରୁ ଏବେ ସୁଦ୍ଧା ୮ ଶହରୁ ଅଧିକ ପ୍ରବାସୀ ଆସିଲେଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓମିକ୍ରନ୍ ଆଶଙ୍କାକୁ ସୂଚନା ଦିଆଯାଇଛି । ତେବେ ଚିନ୍ତାଜନକ ବିଷୟ ହେଲା ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଲୋକ ଠାବ ହୋଇପାରିନାହାନ୍ତି । ଏୟାର ସୁବିଧା ପୋର୍ଟାଲରେ କିଛି ଲୋକ ଭୁଲ୍ ଠିକଣା ଦେଇଛନ୍ତି । ଭୁଲ ଫୋନ୍ ନମ୍ବର ଓ ଠିକଣା ଯୋଗୁଁ ସେମାନଙ୍କୁ ଠାବ କରାଯାଇପାରୁନି । ଆଉ କିଛି ଲୋକ ଅନ୍ୟ ରାଜ୍ୟର ଠିକଣା ଦେଇଥିବା ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ତେବେ ଏଯାବତ୍ ଠାବ କରାଯାଇଥିବା କୌଣସି ବି ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି ।

Get real time updates directly on you device, subscribe now.