fbpx

୯ ତାରିଖରେ ସମସ୍ତ ସସପେନ୍ସ ଉପରୁ ଉଠିବ ପରଦା: ତପସ୍ୱିନୀ-ସୁମିତଙ୍କ ଜୀବନରେ ପୁଣି ଆସିବ କି ଝଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋର୍ଟଙ୍କ ନିର୍ଦ୍ଦେଶମତେ ତପସ୍ୱିନୀ ଦାଶ ଆଉ ସୁମିତ ସାହୁ ସାତ ଦିନ ପାଇଁ ଏକାଠି ରହିଛନ୍ତି । ତେବେ ଇତିମଧ୍ୟରେ ଧୀରେଧୀରେ ୭ ଦିନର ଅବଧି ସରିବାକୁ ଯାଉଛି । ମଝିରେ ଆଉ ମାତ୍ର ଦୁଇ ଦିନ ବାକି । ଏହା ପରେ ଆସନ୍ତା ୯ ତାରିଖରେ କୋର୍ଟରେ ତପସ୍ୱିନୀଙ୍କ ପିଟିସନ ଉପରେ ପକ୍ଷ ରଖିବେ ସୁମିତଙ୍କ ଓକିଲ । ଏସଡିଜେଏମ କୋର୍ଟରେ ହାଜର ହେବାକୁ ସୁମିତଙ୍କ ପକ୍ଷଙ୍କୁ କୁହାଯାଇଛି । ଏଥିସହ ଆସିକା ଆଇଆଇସି ଓ ସୁରକ୍ଷା ଅଧିକାରୀ ଦମ୍ପତିଙ୍କ ସମ୍ପର୍କରେ ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରିବାକୁ ଏସଡିଜେଏମ କୋର୍ଟ କହିଛନ୍ତି ।

ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ସହ ରହିବାକୁ ଚାହୁଁଛନ୍ତି ବୋଲି ନିଜ ପିଟିସନରେ ଉଲ୍ଲେଖ କରିଥିଲେ । ମାତ୍ର ଅନ୍ୟପଟେ ସୁମିତ ତପସ୍ୱିନୀଙ୍କଠାରୁ ଡିଭୋର୍ସ ଚାହୁଁଛନ୍ତି ବୋଲି ଗଣମାଧ୍ୟମରେ କହିଥିଲେ । ତପସ୍ୱିନୀ ସୁମିତଙ୍କୁ ହାରାସମେଣ୍ଟ କରୁଥିବା ନେଇ ସୁମିତଙ୍କ ଓକିଲ ଅଭିଯୋଗ କରିଥିଲେ । ବୋହୂଠାରୁ ତାଙ୍କ ପୁଅ ଛାଡ଼ପତ୍ର ଚାହୁଁଥିବା ସୁମିତଙ୍କ ବାପା ପ୍ରମୋଦ ସାହୁ ମଧ୍ୟ କହିଥିଲେ । ପରେ ପରବର୍ତ୍ତୀ ସମୟରେ କୋର୍ଟଙ୍କ ଐତିହାସିକ ରାୟ ପରେ ସବୁ ଝଡ଼ ଥମିଯାଇଥିଲା, ସୁମିତ ଆଉ ତପସ୍ୱିନୀ ଏକାଠି ରହିଥିଲେ । ତେବ ୯ ତାରିଖରେ ସୁମିତଙ୍କ ପକ୍ଷର ଓକିଲ କୋର୍ଟରେ କ’ଣ ମତ ରଖିବେ? ସୁମିତଙ୍କ ଓକିଲଙ୍କ ପକ୍ଷ ପୁଣି ତପସ୍ୱିନୀଙ୍କ ବୈବାହିକ ଜୀବନରେ ଝଡ଼ ଆଣିବନି ତ? କାରଣ ପୂର୍ବବର୍ତ୍ତୀ ସମସ୍ତ ଘଟଣାବଳୀକୁ ଅନୁଧ୍ୟାନ କଲେ ତପସ୍ୱିନୀ ଏତେ ଶୀଘ୍ର ନ୍ୟାୟ ପାଇବା ଆଦୌ ଜଣାପଡ଼ୁନାହିଁ । ଈଶ୍ୱର କରନ୍ତୁ ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ସହିତ ସୁଖରେ ବୈବାହିକ ଜୀବନ ଅତିବାହିତ କରନ୍ତୁ ।

Get real time updates directly on you device, subscribe now.