fbpx
BJD SKY
BJD SKY

ବୋଲବମରେ ଚାଲିଗଲା କାଉଡ଼ିଆଙ୍କ ଜୀବନ : ଝାଡ଼େଶ୍ୱର ମନ୍ଦିର ପରିସରରେ ଶୋଇଥିଲେ ଶ୍ରଦ୍ଧାଳୁ

BJD

ଦେବଗଡ଼ : ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ପ୍ରତ୍ୟେକ ସ୍ଥାନର ଶୈବପୀଠ ମାନଙ୍କରେ ଭକ୍ତଙ୍କର ଭିଡ଼ ଲାଗିଛି । ଏଭଳି ଘଟଣା ଘଟିଛ ଦେବଗଡ଼ର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡ଼େଶ୍ୱର ମନ୍ଦିରରେ । ସେଠାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତୁର୍ଗତ ଦେଓଝରଣ ଘ୍ରାମର ବିଭୁତି ବେହେରା । ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ, ବିଭୁତି ଢେଙ୍କାନାଳ ଜିଲ୍ଲା ବାଲିମୀ ସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ପିଅନ ଭାବେ କାର୍ଯ୍ୟ କରନ୍ତି । ରବିବାରରେ ବିଭୁତି ନିଜ ଅଞ୍ଚଳରୁ ପାଣି ଉଠାଇ ଝାଡ଼େଶ୍ୱର ମନ୍ଦିରରେ ଜଳ ଢାଳିବା ଲାଗି ଆସିଥିଲେ । ସେ ରାତିରେ ଝାଡ଼େଶ୍ୱରରେ ପହଞ୍ଚି ମନ୍ଦିର ପରିସରରେ ଶୋଇଥିଲେ । । ହେଲେ ଆଜି ଭୋର ପ୍ରାୟ ୩ ଟା ସମୟରେ ସାଥୀ ମାନେ ତାଙ୍କୁ ଜଳାଭିଷେକ ପାଇଁ ଉଠାଇ ଥିଲେ କିନ୍ତୁ ସେ ଆଉ ଉଠି ନଥିଲେ । ଏହାପରେ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ସେଠାରେ ଡାକ୍ତର କାଉଡ଼ିଆଙ୍କୁ ମୃତ ଘୋଷଣା କରିଥିଲେ ।

ପରବର୍ତ୍ତୀ ସମୟରେ ଦେବଗଡ଼ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ କହିଛି ଯେ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ଏହି ଘଟଣାର ସଠିକ କାରଣ ଜଣାପଡିବ ।

Get real time updates directly on you device, subscribe now.