fbpx
BSKY
BJD SHG SKY
BJD YOUTH SKY

ପରଦାରେ ପ୍ରବୀଣ ତାମ୍ବେଙ୍କ ସଂଘର୍ଷର କାହାଣୀ: ହାରୁନଥିବା କ୍ରିକେଟର ଭୂମିକାରେ ଚମକିଲେ ଶ୍ରେୟସ୍, କ୍ୟାମିଓ ଭୂମିକାରେ ଦ୍ରାବିଡ [Trailer]

ନୂଆଦିଲ୍ଲୀ: ୪୧ ବର୍ଷ ବୟସରେ ମୁମ୍ବାଇର ମୈଦାନରୁ ଆଇପିଏଲର ବଡ ମଞ୍ଚରେ ପଦାର୍ପଣ କରିଥିଲେ ପ୍ରବୀଣ ତାମ୍ବେ । ୪୦ ବର୍ଷ ବୟସ ଯେଉଁ ବୟସରେ କ୍ରୀଡାବିତ ମାନେ ଅବସର ଗ୍ରହଣ କରନ୍ତି ସେହି ବୟସରେ ପଦାର୍ପଣ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ତାମ୍ବେ । ୪୧ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପଦାର୍ପଣ କରିଥିବାଭ ତାମ୍ବେଙ୍କ ଜୀବନ କୌଣସି ସିନେମା ଠାରୁ କମ ନୁହେଁ । ତାମ୍ବେଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ କୌନ୍ ପ୍ରବୀଣ ତାମ୍ବେର ଟ୍ରେଲର ରିଲିଜ୍ ହୋଇଛି । ଏହି ଟ୍ରେଲରଟି ଅତ୍ୟନ୍ତ ରୋମାଞ୍ଚକର ରହିଥିବା ବେଳେ ଏହାର କିଛି ଦୃଶ୍ୟ ଆପଣଙ୍କ ଲୋମ ଟାଙ୍କୁରେଇ ଦେବ ।

ଶ୍ରେୟସ୍ ତଲପଡେ ଏହି ଫିଲ୍ମରେ ତାମ୍ବେଙ୍କ ଚରିତ୍ରରେ ନଜର ଆସିଛନ୍ତି । କିଭଳି କ୍ରିକେଟକୁ କ୍ୟାରିୟର କରିବାର ସ୍ୱପ୍ନ ଦେଖୁଥିବା ଜଣେ ଯୁବକର ସମସ୍ତ ଆଶା ଆଶାରେ ରହିଯାଉଛି ହେଲେ ସେ ନିଜ ପ୍ରୟାସରୁ ବିରତ ହେଉନାହିଁ । ଏଭଳି ଏକ ବାସ୍ତବ କାହାଣୀ ଟ୍ରେଲରରେ ଦେଖିବାକୁ ମିଳିଛି । ଆଦୌ ରଣଜୀ ଟ୍ରଫି ଖେଳିନଥିବା ଜଣେ କ୍ରିକେଟର ଉପରେ ରାହୁଲ ଦ୍ରାବିଡଙ୍କ ନଜର ପଡିବା ପରେ କିଭଳି ତାଙ୍କ କ୍ୟାରିୟର ପରିବର୍ତ୍ତନ ହୋଇଛି ତାହା ଦେଖିବାକୁ ମିଳିଛି । ଏପରିକି ଦ୍ରାବିଡ ଏକ ଭାଷଣରେ ସେ ତେନ୍ଦୁଲକର ବା ଲକ୍ଷ୍ମଣଙ୍କ ବିଷୟରେ ନୁହେଁ ବରଂ ତାମ୍ବେଙ୍କ ବିଷୟରେ କହିବେ ବୋଲି କହୁଥିବା ଦୃଶ୍ୟରୁ ହିଁ ଟ୍ରେଲର ଆରମ୍ଭ ହୋଇଛି । ଆଶିଷ ବିଦ୍ୟାର୍ଥୀ ପ୍ରବୀଣଙ୍କ କୋଚ୍ ଭୂମିକାରେ ନଜର ଆସିଥିବା ବେଳେ ଅଞ୍ଜଳି ପାଟିଲ ତାମ୍ବେଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପରମବ୍ରତ ଚାଟାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଜୟପ୍ରଦ ଦେଶାଇଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଓଟିଟି ପ୍ଲାଟଫର୍ମ ହଟଷ୍ଟାରରେ ଏପ୍ରିଲ ୧ ତାରିଖରେ ରିଲିଜ୍ ହେବ ।

Get real time updates directly on you device, subscribe now.