fbpx
BJD SKY
BJD SKY

ସୁରକ୍ଷିତ ହେବ ରେଳଯାତ୍ରା: ଦୁର୍ଘଟଣାରୁ ରକ୍ଷା କରିବ ‘କବଚ’ ଟେକନିକ୍

BJD

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥପାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାଧାରଣ ବଜେଟ ସହ ରେଳ ବଜେଟ ମଧ୍ୟ ଘୋଷଣା ହୋଇଛି । ରେଳ ବଜେଟରେ ଭାରତୀୟ ରେଳବାଇ ପାଇଁ ମଧ୍ୟ ଅନେକ ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀ ଆସନ୍ତା ୩ ବର୍ଷ ମଧ୍ୟରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି ।

ତେବେ ଏହି ସବୁ ଘୋଷଣା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ‘କବଚ’ ଟେକ୍ନୋଲୋଜି ଦ୍ୱାରା ଦେଶରେ ୨ ହଜାର କିଲୋମିଟରର ରେଳ ଲାଇନ ପ୍ରସ୍ତୁତ କରିବା । ଅର୍ଥ ମନ୍ତ୍ରୀଙ୍କ ଅନୁଯାୟୀ ‘କବଚ ଟେକନିକ୍ ରେଳ ନେଟୱର୍କକୁ ସୁରକ୍ଷିତ କରିବା ସହ ଏହାର କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିବ ।’

ସୂଚନାଯୋଗ୍ୟ, କବଚ ଏକ ସ୍ୱଦେଶୀ ଟେକନିକ ଅଟେ । କବଚ ଦେଶରେ ବିକାିତ ହୋଇଥିବା ଏଭଳି ଏକ ଆଣ୍ଟି-କୋଲିଜନ ଡିଭାଇସ ଅଟେ ଯାହାଦ୍ୱାରା ରେଳ ଦୁର୍ଘଟଣାକୁ ରୋକାଯାଇପାରିବ । ଦୁର୍ଘଟଣା ସଂଖ୍ୟା ମଧ୍ୟ ଶୂନ ହୋଇପାରିବ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଡିଭାଇସ ଦ୍ୱାରା ୨ ହଜାର କିମିରେ ତିଆରି ହେବାକୁ ଥିବା ରେଳଲାଇନକୁ ସୁରକ୍ଷିତ କରାଯାଇପାରିବ ।

ପିଏଚଡି ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ର ଚେୟାରମ୍ୟାନ ସନ୍ଦୀପ ଅଗ୍ରୱାଲ କହିଛନ୍ତି । ଭାରତୀୟ ରେଳବାଇ ପାଇଁ କବଚ ଟେକ୍ନୋଲୋଜୀ ଗେମଚେଞ୍ଜର ହୋଇପାରେ । ଏହି ସ୍ୱଦେଶୀ ଜ୍ଞାନକୌଶଳ ଦେଶରେ ଟ୍ରେନର ଗତିରେ ସୁଧାର ଆଣିପାରିବ ।

Get real time updates directly on you device, subscribe now.