fbpx

ଘରର ଏହି ଦିଗରେ ରଖନ୍ତୁ କଏନ୍ ପ୍ଲାଣ୍ଟ, ଟଙ୍କା ପଇସାରେ ସର୍ବଦା ଭରି ରହିବ ଟ୍ରେଜେରୀ

ଓଡ଼ିଶା ଭାସ୍କର:ଆପଣ ବହୁ ଲୋକଙ୍କ ଘରେ ମନି ପ୍ଲାଣ୍ଟ ଥିବାର ଦେଖିଥିବେ । କୁହାଯାଏ ଘରେ ମନିପ୍ଲାଣ୍ଟ ଲଗାଇବା ଦ୍ୱାରା ଆୟର ସ୍ରୋତ ବଢିଥାଏ ଓ ଧନଧାନ୍ୟ ପ୍ରାପ୍ତି ହୋଇଥାଏ । ଏହିପରି ଭାବରେ ଘରେ କଏନ୍ ପ୍ଲାଣ୍ଟ ଲଗାଇବା ବି ବହୁତ ଲାଭକାରୀ ହୋଇଥାଏ । କୁହାଯାଏ ଯେଉଁ ଘରେ କଏନ୍ ପ୍ଲାଣ୍ଟ ରହିଥାଏ ସେହି ଘରେ କେବେ ଧନର ଅଭାବ ରହେ ନାହିଁ ।

କରଜ ଉଧାର ବୋଝ ହେଉ କିମ୍ବା ଖର୍ଚ୍ଚ ଚିନ୍ତା ଘରେ କଏନ୍ ପ୍ଲାଣ୍ଟ ଲଗାଇବା ଦ୍ୱାରା ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଆସନ୍ତୁ ଏହା ଲଗାଇବାର ନିୟମ ଓ ଲାଭ ବିଷୟରେ ଜାଣିବା ।
ବାସ୍ତୁ ଅନୁସାରେ ଏହି କଏନ୍ ପ୍ଲାଣ୍ଟ ଘରର ଉତ୍ତର-ପୂର୍ବ ଦିଗରେ ଇଶାନ କୋଣରେ ଲଗାଇବା ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ଧନ ସଂପତ୍ତି ବୃଦ୍ଧି ହୋଇଥାଏ ।

ଘରର ମୁଖ୍ୟ ଦ୍ୱାର, ଡ୍ରଇଂରୁମ୍ କିମ୍ବା ଅଫିସ୍ ଟେବୁଲ୍ ଉପରେ ଆପଣ ଏହା ରଖିପାରିବେ । ଏହା ସକରାତ୍ମକ ଶକ୍ତି ସଞ୍ଚାର ବୃଦ୍ଧି କରିଥାଏ । ଅନ୍ୟପକ୍ଷରେ କଏନ୍ ପ୍ଲାଣ୍ଟ ନିଜ ବେଡରୁମ୍‌ରେ, କିଚେନ୍‌ରେ, ଟଏଲେଟ୍ ପାଖରେ ଭୁଲ୍‌ରେ ବି ରଖନ୍ତୁି ନାହିଁ । କାରଣ ଏହି ଭୁଲ୍ ଆପଣଙ୍କ ପାଇଁ ଭାରି ପଡିପାରେ ।

Get real time updates directly on you device, subscribe now.