fbpx

ଧନତେରସ୍ ପୂର୍ବରୁ ଘରର ଏହିସବୁ କୋଣକୁ ରଖନ୍ତୁ ସଫା, ସର୍ବଦା ରହିବ ମା’ ଲକ୍ଷ୍ମୀ-କୁବେରଙ୍କ ଆର୍ଶୀବାଦ

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଧନତେରସର ପର୍ବ ଆସିବାକୁ ଯାଉଛି । ଏହି ଦିନ ଧନର ଦେବତା କୁବେର ଓ ମା’ ଲକ୍ଷ୍ମୀଙ୍କ ପୂଜା ବିଧି ବିଧାନ ଅନୁସାରେ କରାଯାଇଥାଏ । ଧନତେରସ ଅବସରରେ ନୂଆ ନୂଆ ଜିନିଷର କିଣାକିଣି କରିବାକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଇଥାଏ । ହେଲେ କଣ ଆପଣ ଜାଣନ୍ତି କି ଧନତେରସ ଓ ଦୀପାବଳୀ ପୂର୍ବରୁ ଘରର କିଛି ଅଂଶକୁ ସଫା ରଖିବାକୁ ପଡ଼ିଥାଏ । କାରଣ ତଦ୍ୱାରା ଘରକୁ ସୁଖ ସମୃଦ୍ଧି ଆଗମନ ହୋଇଥାଏ । ଏହା କରିବା ଦ୍ୱାରା ଭଗବାନ ଧନବନ୍ତରୀଙ୍କ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ ।

ଦୀପାବଳୀ ପୂର୍ବରୁ ତ ଆପଣ ମାନେ ସବୁବେଳେ ଘରକୁ ସଫା କରନ୍ତି କିନ୍ତୁ ଧନତେରସ୍ ଦିନ ସକାଳ ସମୟରେ ଘରର ଚାରିଟି ପ୍ରମୁଖ ସ୍ଥାନକୁ ସଫା କରିବା ଜରୁରୀ ହୋଇଥାଏ । ଏହି ଦିନ ନିଜ ଘରର ଉତ୍ତର-ପୂର୍ବ ଦିଗ ଅର୍ଥାତ୍ ଐଶାନ୍ୟ କୋଣ, ପୂର୍ବ ଦିଗ, ଉତ୍ତର ଦିଗକୁ ସଫା କରିବା ଦରକାର । ଏହାଦ୍ୱାରା ଘରକୁ ସକାରାତ୍ମକତା ପ୍ରାପ୍ତ ହୋଇଥାଏ । ଅର୍ଥାତ୍ ଘରର ଚାରି କୋଣକୁ ନିଶ୍ଚିତ ଭାବରେ ସଫା କରନ୍ତୁ ।

ସେହିପରି ଘରର ଏକଦମ୍ ମଝିରେ ଅର୍ଥାତ୍ ବ୍ରହ୍ମ ସ୍ଥାନରୁ ଜିନିଷ ହଟାଇ ତାକୁ ମଧ୍ୟ ସଫା କରନ୍ତୁ । ଗଙ୍ଗାଜଳର ସିଞ୍ଚନ ମଧ୍ୟ ଘରେ କରିବା ଉଚିତ୍ । ଗଙ୍ଗାଜଳକୁ ଏକ ପାତ୍ରରେ ନେଇ ତାକୁ ଘରର ଉତ୍ତରରେ ଛିଞ୍ଚନ୍ତୁ ଏବଂ ଟଙ୍କା ବାକ୍ସ ( ଯେଉଁଠାରେ ଆପଣ ମାନେ ଘରର ସବୁ ଟଙ୍କା ରଖିଥାନ୍ତି) ଉପରେ ମଧ୍ୟ ସିଞ୍ଚନ କରିଦିଅନ୍ତୁ ।

ଘରକୁ ସଫା କରିବା ପରେ ଧ୍ୟାନରେ ରଖିବେ ଝାଡ଼ୁକୁ ଲୁଚାଇ ଓ ତଳେ ପକାଇ ରଖନ୍ତୁ । ଝାଡ଼ୁକୁ କୌଣସି କାନ୍ଥ ସହ ଠିଆ କରାଇ ରଖିବେ ନାହିଁ । ଝାଡ଼ୁକୁ ଏପରି ରଖିବେ ଯାହାଦ୍ୱାରା କାହାର ବି ନଜର ଉକ୍ତ ଝାଡ଼ୁ ଉପରେ ନପଡ଼େ ।

ମାଛ ଆକ୍ୱାରିୟମ୍ କୁ ମଧ୍ୟ ସଫା ରଖନ୍ତୁ । ଧନତେରସ୍ ପୂର୍ବରୁ ମାଛ ଆକ୍ୱାରିୟମ୍ ନିଶ୍ଚିତ ଭାବରେ ସଫା କରିବେ । ଏହା ଦ୍ୱାରା ଘରକୁ ସକାରାତ୍ମକତା ଆସିଥାଏ । ସନ୍ଧ୍ୟାରେ ଘରେ ୫ଟି ଦୀପ ପ୍ରଜ୍ୱଳନ କରନ୍ତୁ । ଗୋଟିଏ ଦୀପକୁ ଠାକୁରଙ୍କ ଘରେ, ଗୋଟିଏ ତୁଳସୀ ଗଛ ପାଖରେ ଏବଂ ଦୁଇଟି ଘରର ପ୍ରବେଶ ଦ୍ୱାର ପାଖରେ ଲଗାନ୍ତୁ । ଏଥିସହିତ କୁବେରଙ୍କ ବ୍ୟତୀତ ଯମଦେବଙ୍କ ନାମରେ ଏକ ଦୀପ ଜଳାଇବେ ।

Get real time updates directly on you device, subscribe now.