fbpx

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ, କରାଯିବ ଏୟାରଲିଫ୍ଟିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପଞ୍ଚାୟତରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି । ଫୁଲବାଣୀ ଗସ୍ତରେ ଯାଇଥିବା ସମୟରେ ଲୋ ବ୍ଲଡ ପ୍ରେସର ଓ ନିଃଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ । ତେଣୁ ଫୁଲବାଣୀ ସର୍କିଟ୍ ହାଉସରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ତେବେ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଆଣିବା ପାଇଁ ଫୁଲବାଣୀକୁ ଏକ ଏୟାର ଆମ୍ବୁଲାନ୍ସ ପଠାଯାଇଛି । ପ୍ରତାପଙ୍କୁ ଫୁଲବାଣୀରୁ ଭୁବନେଶ୍ୱର ଏୟାରଲିଫ୍ଟିଂ କରାଯିବ ବୋଲି ଜଣାପଡ଼ିଛି ।

ତେବେ ଫୁଲବାଣୀ ସର୍କିଟ ହାଉସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତାପଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ମାତ୍ର ତାଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ଆସିନଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ମନ୍ତ୍ରୀଙ୍କର ଦେହ ଅସୁସ୍ଥ ଥିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.