fbpx
BJD SKY
BJD SKY

ନୂଆବର୍ଷରେ ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ ଏହି ୬ଟି ଜିନିଷ; ମା’ ଲକ୍ଷ୍ମୀଙ୍କର ହେବ ଆଗମନ

BJD

ବାସ୍ତୁ ଶାସ୍ତ୍ର ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ଉପରେ ଆଧାରିତ । ସକରାତ୍ମକ ଶକ୍ତି ଘରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ ଯେତେବେଳେ ନକାରାତ୍ମକ ଶକ୍ତି ଜୀବନରେ ଅନେକ ସମସ୍ୟା ଆଣିଥାଏ । ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାରରେ କିଛି ଜିନିଷ ରଖିବା ଦ୍ୱାରା ଅର୍ଥ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଯଦି ଆପଣ ମଧ୍ୟ ନୂଆ ବର୍ଷରେ ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ଏବଂ କୌଣସି ପ୍ରକାର ଆର୍ôଥକ ସଙ୍କଟରୁ ଦୂରେଇ ରହିବାକୁ ଚାହୁଁଛନ୍ତି । ତେବେ ନିଶ୍ଚିତ ଭାବରେ ବାସ୍ତୁ ସମ୍ବନ୍ଧୀୟ ଏହି ପଦକ୍ଷେପଗୁଡିକ ଆପଣାନ୍ତୁ । ନୂତନ ବର୍ଷର ଆଗମନ ପୂର୍ବରୁ, ବାସ୍ତୁ ଅନୁସାରେ ଏହି ଜିନିଷଗୁଡ଼ିକୁ ଘରର ମୁଖ୍ୟ ଦ୍ୱାରରେ ରଖିଲେ ଆପଣଙ୍କ ଘରେ ମା’ ଲକ୍ଷ୍ମୀଙ୍କର ଆଗମନ ହେବ ।

୧. ଆର୍ଥିକ ଅବସ୍ଥା ଭଲ ହେବା ପାଇଁ ଘରେ କୌଣସି ବାସ୍ତୁ ତ୍ରୁଟି ରହିବା ଉଚିତ୍ ନୁହେଁ । ନୂଆବର୍ଷର ଆଗମନ ପୂର୍ବରୁ, ଘରର ସମସ୍ତ ତ୍ରୁଟି ଦୂର କରିବା ପାଇଁ ପଦକ୍ଷେପ ନିଅନ୍ତୁ । ଘରର ମୁଖ୍ୟ ଦ୍ୱାରରେ ଏକ ସ୍ୱସ୍ତିକ ଚିହ୍ନ ତିଆରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଆସିଥାଏ ।
୨. ଘରର ମୁଖ୍ୟ ଦ୍ୱାରର ଡାହାଣ ପାର୍ଶ୍ୱରେ ଶୁଭ-ଲାଭର ଚିହ୍ନ ଆଙ୍କିବା ଦ୍ୱାରା ଘରର ସଦସ୍ୟଙ୍କୁ ଲାଭ ମିଳିଥାଏ । ଏହା କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି କମିଯାଏ ଏବଂ ଆର୍ôଥକ ସ୍ଥିତି ମଧ୍ୟ ପୂର୍ବ ଅପେକ୍ଷା ଭଲ ହୋଇଯାଏ ।
୩. ସନାତନ ଧର୍ମରେ ତୁଳସୀ ପତ୍ରକୁ ପବିତ୍ର ବୋଲି ମାନନ୍ତି । ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ । ତୁଳସୀଙ୍କୁ ମା’ ଲକ୍ଷ୍ମୀଙ୍କ ଅନ୍ୟ ରୂପ ଭାବରେ ମଧ୍ୟ ବିବେଚନା କରାଯାଏ । ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରର ମୁଖ୍ୟ ଦ୍ୱାର ସାମ୍ନାରେ ତୁଳସୀ ଗଛ ଲଗାଇବା ଦ୍ୱାରା ଘରର ଆର୍ôଥକ ଅବସ୍ଥା ସୁଦୃଢ ହୋଇଥାଏ ।
୪.ପ୍ରତ୍ୟେକ ଶୁଭ କାମରେ, ଘରର ମୁଖ୍ୟ ଦ୍ୱାରରେ ଆମ୍ଭ ପତ୍ରର ମାଳ ବନ୍ଧା ଯାଇଥାଏ । ସନାତନ ଧର୍ମରେ ଏହା ଅତ୍ୟନ୍ତ ପବିତ୍ର ବୋଲି ମାନିଥାନ୍ତି । ବିଶ୍ୱାସ କରାଯାଏ ଯେ ଏହା ଘରକୁ ଶୁଭଫଳ ଦେଇଥାଏ । ଏହାକୁ ଲଗାଇଲେ ମା’ ଲକ୍ଷ୍ମୀଙ୍କର ମଧ୍ୟ ଆଗମନ ହୋଇଥାଏ ।
୫. ଘରର ଆର୍ôଥକ ସ୍ଥିତିକୁ ମଜବୁତ କରିବା ପାଇଁ ଭଗବାନ ଶୁକ୍ରଙ୍କୁ ପ୍ରସନ୍ନ କରିବା ଆବଶ୍ୟକ । ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ସୁଗନ୍ଧିତ ଫୁଲର ହାଣ୍ଡି ବସାନ୍ତୁ ଏବଂ ପ୍ରତିଦିନ ପାଣି ଦିଅନ୍ତୁ । ଏହା କରିବା ଦ୍ୱାରା ଧନର ଦେବୀ ମା’ ଲକ୍ଷ୍ମୀଙ୍କର ଘରେ ଆଗମନ ହୋଇଥାଏ ।
୬. ଘରେ ସକରାତ୍ମକ ଶକ୍ତି ପାଇଁ ସୂର୍ଯ୍ୟଙ୍କ ଆଶୀର୍ବାଦ ପାଇବା ଆବଶ୍ୟକ । ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଯଦି ଘରର ମୁଖ୍ୟ ଦ୍ୱାରରେ ସୂର୍ଯ୍ୟ ଯନ୍ତ୍ରକୁ ରଖାଯାଏ, ତେବେ ଏହା ଘରେ ଥିବା ନକାରାତ୍ମକ ଶକ୍ତିକୁ ନଷ୍ଟ କରିଦିଏ । ଏହା କରିବା ଦ୍ୱାରା ଘରର ଆର୍ଥିକ ଅବସ୍ଥା ଦୂର ହୋଇଯାଏ ।

Get real time updates directly on you device, subscribe now.