fbpx
BJD SKY
BJD SKY

ରେଳ ଟିକେଟ୍ ବୁକିଂ ବେଳେ ଧ୍ୟାନରେ ରଖନ୍ତୁ ଏହି କୋଡ୍, ନହେଲେ ମିଳିବନି ସିଟ୍; ଜାଣନ୍ତୁ କଣ କହୁଛି ନୂଆ ନିୟମ

BJD

ନୂଆଦିଲ୍ଲୀ: ରେଳରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଏବେ ଆପଣଙ୍କୁ ରେଳ ଟିକେଟ୍ ବୁକ୍ କରିବା ସମୟରେ କିଛି ଖାସ୍ କୋଡ୍ ଉପରେ ଖାସ୍ ଧ୍ୟାନ ଦେବାକୁ ପଡ଼ିବ । ଭାରତୀୟ ରେଳ ବିଭାଗ ପକ୍ଷରୁ ନୂତନ ନିୟମ ସମ୍ପର୍କରେ ସୂଚନା ଦିଆଯାଇଛି । ରେଳ ବିଭାଗ ପକ୍ଷରୁ ସିଟ୍ ବୁକିଂ କୋଡ୍ ଓ କୋଚ୍ କୋଡ୍ ରେ ବଡ଼ ପରିବର୍ତ୍ତନ ଅଣାଯାଇଛି । ରେଲୱେର ଟ୍ରେନ୍ ଗୁଡ଼ିକରେ ନୁତନ କୋଚ୍ ର ଆରମ୍ଭ କରାଯାଇଛି । ଏହି କୋଡ୍ ଜରିଆରେ ଏବେ ପାସେଞ୍ଜର୍ ଟିକେଟ୍ ବୁକିଂ କରିବା ସମୟରେ ଆପଣ ନିଜର ପସନ୍ଦ ମୁତାବକ ସିଟ୍ ବୁକ୍ କରିପାରିବେ ।

ଉଲ୍ଲେଖନୀୟ ବିଷୟ ହେଉଛି, ରେଳବାଇ ଅନେକ ଅତିରିକ୍ତ କୋଚ୍ ଆରମ୍ଭ କରିବାକୁ ଯାଉଛି। ଏଥିରେ ଏସି-୩ ଟିୟର୍ ର ଇକୋନୋମୀ କ୍ଲାସ୍ କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତ୍ତମାନ ପର୍ୟ୍ୟନ୍ତ ଇକୋନୋମୀ କ୍ଲାସ୍ ର ଏହି ଥାର୍ଡ ଏସି କୋଚ୍ ରେ ସିଟ୍ ବୁକିଂ ପାଇଁ ଭଡ଼ା ସ୍ଥିର କରାଯାଇ ନଥିଲା । ପ୍ରକୃତ କଥା ହେଉଛି, ଟୁରିଜିମ୍ କୁ ଧ୍ୟାନରେ ରଖି ରେଳବାଇ ପକ୍ଷରୁ ଏହିଭଳି କୋଚ୍ ର ବ୍ୟବସ୍ଥା କରାଯାଇଛି । ଭିସ୍ଟାଡୋମ୍ କୋଚ୍ ର ସବୁଠାରୁ ବଡ଼ ଖାସିୟତ୍ ହେଉଛି ଏଥିରେ ଯାତ୍ରୀ ମାନେ ବାହାରର ସୌନ୍ଦର୍ଯ୍ୟକୁ ଦେଖିପାରିବେ । ଏହି କୋଚ୍ ର ଛାତରେ କାଚ ଲଗାଯାଇଛି ।

 

Get real time updates directly on you device, subscribe now.