fbpx

ବିଧାନସଭାରେ ନମାଜ ପାଇଁ ଦିଆଗଲା କଠୋରୀ, ବିଜେପି କହିଲା- ହନୁମାନ ମନ୍ଦିର ବି ତିଆରି କର

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ପରିସରରେ ନମାଜ ପାଠ ପାଇଁ ରୁମ୍ ଦିଆଯିବା ମାମଲାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏନେଇ ବିଜେପି ନେତା ସିପି ସିଂଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ବିଧାନସଭା ପରିସରରେ ହିନ୍ଦୁମାନଙ୍କୁ ଏକ ହନୁମାନ ମନ୍ଦିର ନିର୍ମାଣ କରିବାକୁ ମଧ୍ୟ ଅନୁମତି ଦିଆଯାଉ।

ଏହାପୂର୍ବରୁ ବିଜେପି ନେତା ବିରଞ୍ଚୀ ନାରାୟଣଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ସେ ଦାବି କରିଥିଲେ ଯେ ନମାଜ ପାଠ କରିବା ପାଇଁ ଏକ କୋଠରୀ ଦେବା ବ୍ୟତୀତ ହିନ୍ଦୁମାନଙ୍କୁ ହନୁମାନ ଚାଳିଶା ପଢ଼ିବା ପାଇଁ ଏକ କୋଠରୀ ମଧ୍ୟ ଦିଆଯାଉ। ଝାଡଖଣ୍ଡ ବିଧାନସଭାରେ ନମାଜ ପଢ଼ିବା ପାଇଁ ସେପ୍ଟେମ୍ବର ୨ ତାରିଖରେ ରୁମ୍ ଆବଣ୍ଟିତ କରାଯାଇଥିଲା । ଏଠାକାର ୩୪୮ ନମ୍ବର ରୁମ୍ ଟିକୁ ନମାଜ ପଢ଼ିବା ପାଇଁ ଦିଆଯାଇଥିଲା । ଏହାପରେ ଏହି ମାମଲାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା ।

ବିଜେପି ନେତା ସିପି ସିଂ କହିଛନ୍ତି ଯେ, ଆମେ ନମାଜ ପାଇଁ କୌଣସି ଅସୁବିଧା ନାହିଁ । ହେଲେ ସେମାନଙ୍କୁ ବି ବିଧାନସଭା ପରିସରରେ ହନୁମାନ ମନ୍ଦିର ପାଇଁ ଜାଗା ଦିଆଯାଉ । ଆଉ ଯଦି ସ୍ପିକର୍ ଏଥିପାଇଁ କଠୋରୀ ଆବଣ୍ଟିତ କରନ୍ତି ତେବେ ଆମେ ଆମ ଟଙ୍କାରେ ମନ୍ଦିର ତିଆରି କରିବୁ ।

 

 

Get real time updates directly on you device, subscribe now.