fbpx

ଏହିସବୁ ଜିନିଷ ଘରେ ରଖିବା ଦ୍ଵାରା ବଢିଥାଏ କଳହ

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ବାସ୍ତୁ ଖରାପ ଥିଲେ ପରିବାର ଲୋକଙ୍କ ଉନ୍ନତି ହୋଇ ନ ଥାଏ। ଘରେ ଅଭାବ ଅନଟନ ଲାଗି ରହିଥାଏ। ଫଳରେ ଘରେ କଳହର ବାତାବରଣ ସୃଷ୍ଟି ହୋଇଥାଏ। ଏଣୁ ଆଜିକାଲିର ସମୟରେ ଲୋକେ ବାସ୍ତୁ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଆଜିର ଆଲୋଚନାରେ ଆସନ୍ତୁ ଜାଣିବା ଘରେ କେଉଁ ଜିନିଷ ଥିଲେ ଧନହାନୀର ସମ୍ଭାବନା ଦେଖାଦେଇଥାଏ।

ଘରେ କେବେହେଲେ ଭଙ୍ଗାରୁଜା ବାସନ, ଖରାପ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ, ଭଙ୍ଗା କାଚ, ଦର୍ପଣ, ନଷ୍ଟ ହୋଇଯାଇଥିବା ଫଟୋ, ଖରାପ ହୋଇଯାଇଥିବା ଆସବାବପତ୍ର, ଘଣ୍ଟା, ଭଙ୍ଗା ଦୀପ, ପୁରୁଣା ଝାଡ଼ୁ ଆଦି ରଖିବା ଅନୁଚିତ। ଏହାଦ୍ୱାରା ଘରେ ନକରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ। ଏହା ଘରେ ରହୁଥିବା ଲୋକଙ୍କର ଉନ୍ନତିରେ ବାଧା ସୃଷ୍ଟି କରିଥାଏ।

ଘରେ କେବେହେଲେ ମହାଭାରତ ଯୁଦ୍ଧର ଚିତ୍ର, ତାଜମହଲର ଫଟୋ, ନଟରାଜର ମୂର୍ତ୍ତି, ବୁଡ଼ିଯାଉଥିବା ଜାହାଜ, ଜଙ୍ଗଲି ପଶୁଙ୍କ ଫଟୋ, କଣ୍ଟାଜାତୀୟ ବୃକ୍ଷର ଚିତ୍ର ଲଗାଇବା ଅଶୁଭ ହୋଇଥାଏ। ଏହାଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ।
ବାସ୍ତୁ ଅନୁଯାୟୀ ଘରର ଛାତ କେବେହେଲେ ଅପରିଷ୍କାର ରଖନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଘରେ କେବେହେଲେ ଫଟା ପର୍ସ ନଚେତ ସିନ୍ଦୁକ ରଖିବା ଉଚିତ ନୁହେଁ। ପର୍ସରେ କେବେହେଲେ ଚାବି, ଭଗବାନଙ୍କ ଚିରା ଫଟୋ ରଖିବା ଉଚିତ ନୁହେଁ। ଏହାଦ୍ୱାରା ପାଖରେ ଟଙ୍କା ରହି ନ ଥାଏ। ପର୍ସରେ ୫ଟି ଗୁଜରାତି ରଖିବା ଭଲ।

Get real time updates directly on you device, subscribe now.