fbpx

ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି କେଜ୍ରିୱାଲ ଦୋସା, ଜାଣନ୍ତୁ କାହିଁକି ଏପରି ନାମକରଣ

Advertisement

ବେଙ୍ଗାଲୁର:ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଦୋସା ତିଆରି କରିବା ପୂର୍ବରୁ ଝାଡୁରେ ତାୱା ସଫା କରୁଛନ୍ତି । ଏହାପରେ ବ୍ୟକ୍ତି ଜଣକ ତାୱାରେ ଦୋସାର ବ୍ୟାଟର ପକାଉଛନ୍ତି । ଏହାପରେ ସେ ତା’ ଉପରେ ତେଲ ଦେଇ ମସଲା ଭରୁଛନ୍ତି । ଏହାପରେ ସେ ସେହି ଦୋସା ଲୋକଙ୍କୁ ଖାଇବାକୁ ଦେଉଛନ୍ତି । ଏଠାରେ ଦୋସା ଖାଇବାକୁ ବହୁ ଲୋକଙ୍କ ଭିଡ ଜମିଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓକୁ ଫେସବୁକ୍‌ରେ Thefoodiebae ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଏହାର କ୍ୟାପସନରେ ଲେଖାଯାଇଛି ବେଙ୍ଗାଲୁରର ସବୁଠାରୁ ହାଇଟେକ୍ ଦୋସା ପାଇଁ କ୍ରେଜି ରସ୍ ।

ଭିଡିଓ ଦେଖିବା ପରେ ବହୁ ଲୋକ ଭିନ୍ନ ଭିନ୍ନ କମେଣ୍ଟ ରଖିଛନ୍ତି । ଜଣେ ୟୁଜର ଏହାକୁ କେଜ୍ରିୱାଲ ଦୋସା କହି କମେଣ୍ଟ କରିଛନ୍ତି । ବ୍ୟକ୍ତି ଜଣକ ବହୁ ଜୋରରେ ତାୱା ଉପରେ ଝାଡୁ ପିଟୁଥିବାର ନଜର ଆସୁଥିବାରୁ ୟୁଜର ଏହାକୁ କେଜ୍ରିୱାଲ ଦୋସା କହିଛନ୍ତି । ଭିଡିଓଟି ୧୬ ମିଲିଅନ୍ ଭ୍ୟୁ ସହ ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରାଲ ହେଉଛି ।

Get real time updates directly on you device, subscribe now.