fbpx

କରୋନା ପାଇଁ କେଜ୍ରିୱାଲାଙ୍କ ବଡ ଘୋଷଣା: ୭୨ ଲକ୍ଷ ଲୋକଙ୍କୁ ମାଗଣା ରାସନ, ବୟସ୍କଙ୍କୁ ଦୁଇଗୁଣା ଭତ୍ତା

ନୂଆଦିଲ୍ଲୀ,୨୧ ।୩: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ପ୍ରକୋପ ବଢୁଥିବାର ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି ଯେ, ଏବେ ଦିଲ୍ଲୀର ଯେଉଁ ଲୋକମାନେ ରାସନ ଦୋକାନରୁ ସାମଗ୍ରୀ ନେଉଛନ୍ତି, ସେମାନଙ୍କୁ ଚାରିଗ୍ରାମ ବଦଳରେ ୭.୫ କିଲୋଗ୍ରାମ ରାସନ ଦିଆଯିବ ଏବଂ ରାସନ ପାଇଁ କିଛି ବି ଟଙ୍କା ନିଆଯିବ ନାହିଁ । ଏପରି କରିବା ଦ୍ୱାରା ୭୨ ଲକ୍ଷ ଲୋକ ଅର୍ଥାତ୍ ୧୮ ଲକ୍ଷ ପରିବାର ସିଧାସଳଖ ଉପକୃତ ହେବେ । ଏପ୍ରିଲ ମାସର ରାସନ ଏଥର ୩୦ ମାର୍ଚ୍ଚରେ ଦିଆଯିବ । ରାସନ ଦୋକାନରେ ୧ ମିଟର ଦୂରତା ରଖିବାକୁ କୁହାଯାଇଛି । ଏହା ସହ ବିଧବା, ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତାକୁ ଦୁଇଗୁଣା ବଢାଯାଇଛି ।’

ଏହା ସହ ଯେଉଁମାନେ ବାସହୀନ ଓ ରାତି ଆଶ୍ରୟସ୍ଥଳରେ ରୁହନ୍ତି, ସେମାନଙ୍କୁ ସକାଳେ ଓ ସନ୍ଧ୍ୟାରେ ଖାଦ୍ୟ ଦିଆଯିବ ।

ତେବେ ଦିଲ୍ଲୀରେ ଲକ୍ ଡାଉନ୍ ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଯଦି ଆବଶ୍ୟକ ପଡେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଲକ ଡାଉନ୍ ଲାଗୁ ହେବ । କିଛି ଲୋକଙ୍କୁ ଆଇସୋଲେସନରେ ରହିବାକୁ ପସନ୍ଦ ଆସୁନାହିଁ । ତେଣୁ ସେମାନେ ହୋଟେଲରେ ଯାଇ ରହିପାରିବେ । ଲୋକଙ୍କ ସୁବିଧା ପାଇଁ ହୋଟେଲରୁ ଜିଏସଟିକୁ ମାଗଣା କରାଯାଇଛି ବୋଲି କେଜ୍ରିୱାଲ କହିଛନ୍ତି ।

Get real time updates directly on you device, subscribe now.