fbpx

କ୍ଷମତାକୁ ଆସିଲେ ମାଗଣା ବିଜୁଳି: ପଢନ୍ତୁ କାହିଁକି ଏମିତି କହିଲେ କେଜ୍ରିୱାଲ

Advertisement

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା । ପଞାବରେ ତାଙ୍କ ଦଳ ଆପ୍ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରୁ ପଞ୍ଜାବରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କେଜ୍ରିୱାଲ ଏହି ଆହ୍ୱାନ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମାଗଣା ବିଜୁଳି ଘୋଷଣାରୁ ଆପକୁ ମିଳିଥିବା ସଫଳତାକୁ ପଞ୍ଜାବରେ ଦୋହରାଇବାକୁ ଚାହୁଁଛନ୍ତି କେଜ୍ରିୱାଲ ।

କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, ଯେତେବେଳେ ବିଜୁଳି ବିଲ୍ ବୋଝ ସଦୃଶ ହୁଏ ମହିଳାଙ୍କ ପାଇଁ ଘର ଚଳାଇବା କଷ୍ଟକର ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଆପ୍ ମାଗଣା ବିଜୁଳି ପ୍ରଦାନ ପାଇଁ ଘୋଷଣା କରୁଛି । ଯଦି ପଞ୍ଜାବରେ ଦଳ କ୍ଷମତାକୁ ଆସେ ତେବେ ପ୍ରତି ଘରକୁ ୨୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି ପ୍ରଦାନ କରାଯିବ ବୋଲି ସେ ଲେଖିଛନ୍ତି । ଆସନ୍ତା କାଲି ଚଣ୍ଡୀଗଡ ଗସ୍ତରେ ଯିବା ପୂର୍ବରୁ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । ଏହା ସହିତ୨୦୨୨ରେ ଶିଖ୍ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରାଯିବ ବୋଲି ଆଗୁଆ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୪୮ ଲକ୍ଷ ଉପଭୋକ୍ତା ଦିଲ୍ଳୀରେ ୨୦୦ ୟୁନିଟ୍ ମାଗଣା ବିଜୁଳିର ଲାଭ ଉଠାଉଥିବା ବେଳେ ୨୦୧ରୁ ୪୦୦ ୟୁନିଟ୍ ମଧ୍ୟରେ ବିଲ୍ ଆସିଲେ ୫୦ ପ୍ରତିଶତ ରିହାତି ମିଳିଥାଏ ।

Get real time updates directly on you device, subscribe now.