fbpx

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବିବାଦୀୟ ବିଳାଶପୂର୍ଣ୍ଣ କ୍ୱାଟର ଛାଡିବେ କେଜରିୱାଲ!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ମଙ୍ଗଳବାର ଅରବିନ୍ଦ କେଜରିୱାଲ ଇସ୍ତଫା ଦେବା ପରେ ପ୍ରାୟ ୫୦ କୋଟିରୁ ଅଧିକ ଖର୍ଚ୍ଚ କରି ନବୀକରଣ କରିଥିବା କ୍ୱାଟର ମଧ୍ୟ ଛାଡିବେ ।ଏହାକୁ ନେଇ ସବୁଠି ଚର୍ଚ୍ଚା । ମଙ୍ଗଳବାର ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇ ତୁରନ୍ତ ହିଁ ଉପରାଜ୍ୟପାଳଙ୍କ ସେକ୍ରେଟାରିଏଟରୁ ବାହାରି ଆସିଥିଲେ କେଜରିୱାଲ । ଏହା ପରେ ପରେ ଆପ ବିଧାୟକମାନେ ଉପରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଆତିଶୀଙ୍କ ନେତୃତ୍ୱରେ ଗଢିବାକୁ ଦାବି ଜଣାଇଥିଲେ । ଏହା ପରେ ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ବିଧାୟକଙ୍କ ଦ୍ୱାରା ଚୟନ ହୋଇଥିଲେ ।

ପଦ ଛାଡିବା ପରେ ୫୨ କୋଟି ଟଙ୍କା ଖର୍ଚ୍ଚକରି କେଜରିୱାଲ ନବୀକରଣ କରିଥିବା କ୍ୱାଟରକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ୱାଟର ଆସନ୍ତା ୧୫ ଦିନ ଭିତରେ କେଜରିୱାଲଙ୍କୁ ଛାଡିବାକୁ ହେବ । ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ସରକାରୀ ବାସଭବନ ନବୀକରଣକୁ ନେଇ ବିବାଦୀୟ ହୋଇପଡିଥିଲେ କାଜରିୱାଲ । ନବୀକରଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ନେଇ ଘେରିଥିଲେ ବିରୋଧୀ । ବିଜେପି ଅଭିଯୋଗ କରିଥିଲା କି ଦେଶ ମହାମାରୀ କରୋନା ସହ ଲଢୁଥିବା ବେଳେ କେଜରିଓା୍ୱଲ କ୍ୱାଟରକୁ ବିଶାଳ ବଙ୍ଗଳାରେ ପରିଣତ କରିଥିଲେ । ଏଥିରେ ବିଭିନ୍ନ ଦେଶରୁ ମଗାଯାଇଥିବା ବହୁ ବିଳାଶସାମଗ୍ରୀ ଖଚିତ କରାଇଥିଲେ ।

ଆନା ହଜାରେଙ୍କ ସହ ଲୋକପାଳ ବିଲ ଆଣିବାକୁ ଆନ୍ଦୋଳନ କରିବା ସମୟରେ ଅରବିନ୍ଦ ଦେଇଥିବା ନିରାଡମ୍ବରପୂର୍ଣ୍ଣ ବୟାନକୁ ଉଜାଗର କରିଥିଲା ବିଜେପି । ଏଥିସହ କ୍ଷମତାକୁ ଆସିବା ପରେ କେମିତି ଅରବିନ୍ଦ ଜନତାର କଷ୍ଟକୁ ଅଣଦେଖା କରି ନିଜ ସ୍ୱାର୍ଥସାଧନ ଓ ଆଧିପତ୍ୟ ବିସ୍ତାରରେ ଲାଗିଥିଲେ ତାକୁ ଦେଖାଇ କାଜରିୱାଲଙ୍କୁ ଘେରିଥିଲା ବିଜେପି ।

ଏଥିରେ କଂଗ୍ରେସ ଆଉ ପାଦେ ଆଗକୁ ଚାଲିଯାଇଥିଲା । ଗତ ବର୍ଷ ମେ କଂଗ୍ରେସ ନେତା ଅଜୟ ମାକନ କହିଥିଲେ କି, କେଜରିଓା୍ୱଲଙ୍କ ବିଳାଶମୟ କୋଠା ନିର୍ମାଣ ପାଇଁ ୫୨ କୋଟି ନୁହେଁ ୧୭୧ କୋଟି ଖର୍ଚ୍ଚ କରାଯାଇଛି । ଏଥିସହ ମାକନ କହିଥିଲେ କି, ସରଳ ଓ ନିରଡମ୍ବରପୂର୍ଣ୍ଣ ଜୀବନଶୈଳୀକୁ ଆପଣେଇଥିବା ମିଛ କଥା କହି କେଜରିୱାଲ ଦିଲ୍ଲୀ ବାସୀଙ୍କୁ ଠକିଛନ୍ତି ।

କିନ୍ତୁ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲା ଭିଜିଲାନ୍ସ । ଦିଲ୍ଲୀ ଭିଜିଲାନ୍ସ ତଦନ୍ତରେ ଦର୍ଶାଇଥିଲା କି ନବିକରଣ ପାଇଁ ୫୨.୭୧ କୋଟି ଖର୍ଚ୍ଚ ହୋଇଛି । ଏଥିରୁ ୩୩.୪୯ କୋଟି ଘରର ନିର୍ମାଣରେ ଖର୍ଚ୍ଚ ହୋଇଥିବା ବେଳେ ୧୯.୨୨ କୋଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ କ୍ୟାମ୍ପ ଅଫିସ ନିର୍ମାଣରେ ଖର୍ଚ୍ଚ ହୋଇଥିଲା । ନିର୍ମାଣରେ କୌଣସି ଅନିୟମିତତା ହୋଇନଥିବା ଭିଜିଲାନ୍ସ କହିଥିଲା । କିନ୍ତୁ ଏବେ ସେହି କ୍ୱାଟର ଛାଡିବେ ଅରବିନ୍ଦ ।

Get real time updates directly on you device, subscribe now.