fbpx

ବିଧାନସଭାରେ କୃଷି ଆଇନ କପି ଚିରିଲେ କେଜ୍ରିୱାଲ

ନୂଆଦିଲ୍ଲୀ, ୧୭ା୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭା ଅଧିବେଶନରେ ନୂତନ କୃଷି ଆଇନକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ସେ କୃଷି ଆଇନର ଏକ କପିକୁ ଚିରି ଦେଇଛନ୍ତି । ତାଙ୍କ ସହ ଆପ୍ ବିଧାୟକମାନେ ମଧ୍ୟ କୃଷି ଆଇନ କପିକୁ ଚିରିଥିବା ଜଣାପଡ଼ିଛି ।

କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି କଳା ଆଇନକୁ ପ୍ରତ୍ୟାହାର କରିବାକୁ କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନରେ ୨୦ରୁ ଅଧିକ କୃଷକ ସହୀଦ ହୋଇଛନ୍ତି । ଜଣେ କୃଷକ ଭାବେ ଭଗତ ସିଂ ଏହି ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ଇଂରେଜମାନଙ୍କ ଠାରୁ ଖରାପ ହେବା ଅନୁଚିତ । କେନ୍ଦ୍ର ସରକାର ସ୍ୱାଧୀନତାର ଇଜ୍ଜତ ରଖନ୍ତୁ ।

ଏଥିସହ କରୋନା ସମୟରେ ସରକାର କାହିଁକି ଅଧ୍ୟାଦେଶ ଆଣିଥିଲେ ବୋଲି ସେ ପ୍ରଶ୍ନ କରିଥିଲେ । ରାଜ୍ୟସଭାରେ ବିନା ଭୋଟିଂରେ ୩ଟି ବିଲକୁ ପାସ କରାଇ ଦିଆଯାଇଛି । ବିଜେପି ନିର୍ବାଚନକୁ ପାଣ୍ଠି ଯୋଗାଇବା ପାଇଁ ଏହି ନିୟମଗୁଡ଼ିକ ତିଆରି କରାଯାଇଛି । ତେବେ କୃଷି ଆଇନକୁ ରଦ୍ଦ କରିବାକୁ ଏକ ସଂକଳ୍ପପତ୍ର ଦିଲ୍ଲୀ ବିଧାନସଭାରେ ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ ।

Get real time updates directly on you device, subscribe now.