fbpx
BSKY
BJD MC SKY
BJD YOUTH SKY

ସପ୍ତାହରେ ତିନି ଦିନ ବନ୍ଦ ରହିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର ,୨୦/୦୪: ରାଜ୍ୟରେ ଜାରି ରହିଛି କୋଭିଡ ଭୟାବହତା । କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ଉପାୟ ଆପଣାଉଛନ୍ତି । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଲକଡାଉନ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଘଟଗାଁ ତାରିଣୀ ମନ୍ଦିର ସପ୍ତାହରେ ୩ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ।

ମନ୍ଦିର ସପ୍ତାହରେ ମଙ୍ଗଳବାର, ରବିବାର ଏବଂ ଶନିବାର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏହା ଛଡା ବାକି ୪ ଦିନ ଖୋଲା ରହିବ । ଏହି ତିନି ଦିନରେ ଅଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୧୦୩ କୋଭିଡ ପଜିଟିଭ କେସ ସାମ୍ନାକୁ ଆସିଛି ।

ପୂର୍ବରୁ ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣକୁ ଆଖିରେ ରଖି ଭୁବନେଶ୍ୱର ମହାନଗର ନିଗମ ଭୁବନେଶ୍ୱରେ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖିବାକୁ ନଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.