fbpx

କରୋନାର ମୁକାବିଲା ପାଇଁ ଏବେ ମୋର୍ଚ୍ଚା ସମ୍ଭାଳିବେ ସେନା : ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ ୨୦ ।୪ (ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହର ଦ୍ରୁତ ଗତିରେ ମାଡିଚାଲିଛି । ଏହି ସଂକ୍ରମଣକୁ ରୋକିବା କଷ୍ଟ ହେଉଛି । ଏହାର ପ୍ରଭାବରେ ଦେଶର ନେତା ଠାରୁ ଆରମ୍ଭ କରି ଜନତା ସମସ୍ତେ ସଂକ୍ରମିତ ହେଉଛନ୍ତି । ବଢୁଥିବା ସଂକ୍ରମଣକୁ ଦେଖି କେତେକ ରାଜ୍ୟ ଲକଡାଉନ୍ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ଲହରକୁ ସେନା ସମ୍ଭାଳିବା ନେଇ ସେନା ମୁଖ୍ୟ ଏମଏମ୍ ନରୱାଣେଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହାସହ ଡିଆରଡିଓର ମୁଖ୍ୟଙ୍କ ସହ ମଧ୍ୟ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । କରୋନାର ଦ୍ୱିତୀୟ ଲହର ଅସମ୍ଭାଳ ହୋଇ ପଡୁଥିବାରୁ ଏହାକୁ ସମ୍ଭାଳିିବା ପାଇଁ ସେନାକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ସମସ୍ତ ନାଗରିକଙ୍କୁ ଠିକ୍ ସମୟରେ ସୁବିଧା ଯୋଗାଇବାକୁ ରାଜନାଥ ସିଂହ ସେନାକୁ କହିଛନ୍ତି ।

ଦେଶରେ ଥିବା ବିଭିନ୍ନ କ୍ୟାଣ୍ଟନମେଣ୍ଟ ହସ୍ପିଟାଲରେ ସାଧାରଣ ଜନତାଙ୍କର ଚିକିତ୍ସା କରାଯିବା ପାଇଁ ପ୍ରତିରାକ୍ଷା ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ସହ ସେନାର ବରିଷ୍ଠ ଅଧିକାରୀମାନେ ଯୋଗାଯୋଗ କରି ସହାୟତା ଯୋଗଇବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.