fbpx

ଆଇପିଏଲ ୨୦୨୧: ଶୀର୍ଷରେ ଆରସିବି, ଜାଣନ୍ତୁ ଅରେଞ୍ଜ ଓ ପର୍ପଲ କ୍ୟାପ୍ ଦୌଡରେ କେଉଁ ଖେଳାଳି ଆଗରେ

ନୂଆଦିଲ୍ଲୀ ୨୦ ।୦୪: ମୋଇନ ଅଲ୍ଲୀ ଓ ରବୀନ୍ଦ୍ର ଜାଡେଜାଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲର ୧୨ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି । ସୁପରକିଙ୍ଗ୍ ଦ୍ୱାରା ଧାର୍ଯ୍ୟ ୧୮୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ସ ମୋଇନ ଅଲ୍ଲୀ ଓ ରବୀନ୍ଦ୍ର ଜାଡେଜାଙ୍କ ଶାଣିତ ବୋଲିଂ ମୁକାବିଲା କରିନପାରି ୧୪୩ ରନରେ ସୀମିତ ରହିଥିଲା । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋସ ବଟଲର ସର୍ବାଧିକ ୪୯ ରନ କରିଥିଲେ।

ଏହି ବିଜୟ ସହିତ ସିଏସକେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି । ଚେନ୍ନାଇ ସୁପରକିଙ୍ଗ୍ସ ୩ଟି ମ୍ୟାଚରୁ ୨ଟି ଜିତି ୪ ପଏଣ୍ଟ ହାସଲ କରିଛି । ଦଳ ଉନ୍ନତ ନେଟରନ ରେଟ୍ କାରଣରୁ ଆରସିବି ପରେ ଦ୍ୱିତୀୟ ସ୍ଥାନରେ ରହିଛି । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜର ୩ ମ୍ୟାଚ୍ ଜିତି ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହି ପରି ୪ ପଏଣ୍ଟ ସହ ଦିଲ୍ଲୀ କ୍ୟାପିଟାଲ୍ସ ତୃତୀୟରେ ରହିଛି ।

ଆଇପିଏଲ ଅରେଞ୍ଜ କ୍ୟାପ୍
ଆଇପିଏଲର ୧୪ଶ ସଂସ୍କରଣରେ ଅରେଞ୍ଜ କ୍ୟାପ୍ ଦୌଡରେ ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାଓ୍ନ ଶୀର୍ଷରେ ଅଛନ୍ତି । ସେ ଏ ପର୍ଯ୍ୟନ୍ତ ତିନୋଟି ମ୍ୟାଚରେ ୧୮୬ ରନ କରିଛନ୍ତି । ୧୭୬ ରନ ସହ ଦ୍ୱିତୀୟରେ ଅଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଗ୍ଲେନ ମ୍ୟାକ୍ସେଓ୍ । ତୃତୀୟ ଅଛନ୍ତି ପଞ୍ଜାବ କିଙ୍ଗ୍ସର ଅଧିନାୟକ କେଏଲ ରାହୁଲ । ସେ ତିନୋଟି ମ୍ୟାଚରେ ୧୫୭ ରନ କରିଛନ୍ତି ।

ଆଇପିଏଲ ପର୍ପଲ କ୍ୟାପ୍
ଆଇପିଏଲ ୨୦୨୧ ସିଜିନରେ ଏ ପର୍ଯ୍ୟନ୍ତ ପର୍ପଲ କ୍ୟାପ୍ ଦୌଡରେ ଆରସିବିର ହର୍ଷଲ ପଟେଲ୍ ଶୀର୍ଷରେ ଅଛନ୍ତି । ସେ ୩ଟି ମ୍ୟାଚରେ ୯ ୱିକେଟ ନେଇଥିବା ବେଳେ ସେହି ସମାନ ମୁକାବିଲାରେ ୭ ୱିକେଟ ନେଇ ରାହୁଲ ଚହର ଦ୍ୱିତୀୟରେ ଅଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଅଭେଶ ଖାନ ୬ ୱିକେଟ ସହ ତୃତୀୟରେ ଅଛନ୍ତି ।

Get real time updates directly on you device, subscribe now.