fbpx
BSKY
BJD SHG SKY
BJD YOUTH SKY

ପୁଣି ଫେରିଲା କଟକଣା, ଏହି ରାଜ୍ୟରେ ଘୋଷଣା ହେଲା ସମ୍ପୂର୍ଣ୍ଣ ଲକଡାଉନ୍

ଥିରୁବନନ୍ତପୁରମ୍: କେରଳରେ କିଛଇ ଦିନର ବ୍ୟବଧାନ ପରେ ପୁଣି ଲକଡାଉନ୍ ଫେରିଛି । ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାକୁ ଲାଗିଲାଣି । ମାମଲା ସଂଖ୍ୟା ବୃଦ୍ଧି ପାଉଥିବାରୁ କେରଳରେ ପୁଣି ସପ୍ତାହାନ୍ତରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ସରକାରଙ୍କ ଘୋଷଣା ଅନୁସାରେ ଜୁଲାଇ ୩୧ ଏବଂ ଅଗଷ୍ଟ ୧ ତାରିଖରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ କରାଯିବ ।

ସୂଚନାଯୋଗ୍ୟ, ଦେଶରେ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ କେରଳରେ ସଂକ୍ରମଣ ଅଧିକ ରହିଛି । ବୁଧବାର କୋଭିଡ୍-୧୯ ମାମଲା ସଂଖ୍ୟା ୨୨ହଜାର ୫୬ ରହିଛି । ଏହାକୁ ମିଶାଇ ମୋଟ ସଂଖ୍ୟା ୩୩ ଲକ୍ଷ ୨୭ ହଜାର ୩୦୧ରେ ପହଞ୍ଚିଛି । ଅନ୍ୟପଟେ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି । ତେଣୁ ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ ସଂଖ୍ୟା ୧୬ହଜାର ୪୫୭ରେ ପହଞ୍ଚିଛି । ଏଥିସହିତ ୧୭ହଜାର ୭୬୧ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.