fbpx
BSKY
BJD SHG SKY
BJD YOUTH SKY

ଆଜି ହେଉଛି ଅନ୍ତର୍ଜାତୀୟ ବାଘ ଦିବସ, ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ପ୍ରତିବର୍ଷ ୨୯ ଜୁଲାଇରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ବାଘ ଦିବସ ପାଳନ କରାଯାଉଛି । ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବାଘଙ୍କୁ ସଂରକ୍ଷଣ କରିବା ଓ ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ବଞ୍ଚାଇବା ପାଇଁ ଲୋକଙ୍କୁ ସଚେତନ କରିବା । ବାଘମାନଙ୍କୁ ଏମିତିରେ ବି ୱାଇଲ୍ଡଲାଇଫର ଲୁପ୍ତ ହେଉଥିବା ପ୍ରଜାତିରେ ରଖାଯାଇଛି । ବାଘ ହେଉଛି ଭାରତର ଜାତୀୟ ପଶୁ, ଯାହା ସତ୍ୱେ ୨୦୧୦ ରେ ଭାରତରେ ବାଘ ବିଲୁପ୍ତ ହେବାରେ ଲାଗିଥିଲେ । ସେମାନଙ୍କ ସଂରକ୍ଷଣ ପାଇଁ ‘ସେଭ୍ ଦ ଟାଇଗର’ ଭଳି ଜାତୀୟ ଅଭିଯାନ ଚାଲିଛି । ବାଘ ସଂରକ୍ଷଣକୁ ପୋତ୍ସାହିତ କରିବା ଓ ବାଘଙ୍କ ସଂଖ୍ୟା ହ୍ରାସ ପାଇବା ବିଷୟରେ ସଚେତନ କରିବା ପାଇଁ ୨୦୧୦ ରେ ରୁଷ ସେଣ୍ଟ ପିଟର୍ସବର୍ଗରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅନ୍ତର୍ଜାତୀୟ ବାଘ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା ।

ତେବେ ପୃଥିବୀର କେବଳ ୧୩ ଟି ଦେଶରେ ବାଘ ଦେଖିବାକୁ ମିଳୁଥିବାବେଳେ ଏହାର ୭୦ ପ୍ରତିଶତ ବାଘ କେବଳ ଭାରତରେ ଅଛନ୍ତି । ୨୦୧୦ ମସିହାରେ ଭାରତରେ ବାଘ ସଂଖ୍ୟା ପ୍ରାୟ ୧ ହଜାର ୭ ଶହରେ ପହଞ୍ଚିଥିଲା । ୨୦୧୦ ମସିହାରେ ରୁଷ ସେଣ୍ଟ ପିଟର୍ସବର୍ଗରେ ଶିଖର ସମ୍ମିଳନୀ ଆୟୋଜିତ ହେବା ପରେ ଲୋକଙ୍କ ମଧ୍ୟରେ ବାଘ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ ୨୦୨୨ ସୁଦ୍ଧା ବାଘ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

Get real time updates directly on you device, subscribe now.