fbpx
BSKY
BJD SHG SKY
BJD YOUTH SKY

ଜାମ୍ମୁ କାଶ୍ମୀର, ଅମରନାଥ, ହିମାଚଳ ପ୍ରଦେଶରେ ଫାଟିଲା ବାଦଲ; ୧୬ ମୃତ

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର କିସ୍ତୱାଡ ଜିଲ୍ଲାରେ ପ୍ରକୃତିର ତାଣ୍ଡବ । ଏଠାରେ ବାଦଲ ଫାଟିବାରୁ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ ଅନେକ ଲୋକ ନିଖୋଜ୍ ହୋଇଯାଇଛନ୍ତି । ଖାଲି ସେତିକି ନୂହେଁ କିସ୍ତୱାଡ ପରେ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିଛି । ବୁଧବାର ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିବା ଯୋଗୁଁ ପ୍ରବଳ ବର୍ଷା ହେବା ସହିତ ଅନେକ କ୍ଷୟକ୍ଷତି ଘଟିଛି । ନିଖୋଜ ଥିବା ଲୋକ ମାନଙ୍କ ଉଦ୍ଧାର କାର୍ଯ୍ୟରେ ଏବେ ଏସଡିଆରଫ୍ ର ଦୁଇଟି ଟିମ୍ ଲାଗି ପଡ଼ିଛନ୍ତି । ଏଥିରେ ପାଖାପାଖି ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବନ୍ୟାରେ ଜାମ୍ମୁ ପୋଲିସ କ୍ୟାମ୍ପରେ ନାନା କ୍ଷୟକ୍ଷତି ହୋଇଛି। ତେବେ ଏପର୍ୟ୍ୟନ୍ତ କୌଣସି ଜୀବନହାନି ଘଟିନାହିଁ । ଉଦ୍ଧାର ଓ ରିଲିଫ ପାଇଁ ଗାନ୍ଦରବଲରୁ ଆଉ ଏକ ଟିମ୍ ପଠାଯାଇଛି ।

ବୁଧବାର ସକାଳ ୪.୩୦ ସମୟରେ ଜାମ୍ମୁ-କାଶ୍ମୀରର କିସ୍ତୱାଡ ଜିଲ୍ଲାର ଏକ ସୁଦୂର ଗାଁରେ ବାଦଲ ଫାଟିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି । ପାର୍ବତ୍ୟ ରାଜ୍ୟରେ ଅଚାନକ ଆସିଥିବା ବନ୍ୟା ଯୋଗୁଁ ୯ଜଣଙ୍କର ମୃତ୍ୟୁ ହୋଇଛି ଓ ୭ ଜଣ ନିଖୋଜ ଅଛନ୍ତି । ସେପଟେ ହିମାଚଳ ପ୍ରଦେଶ, ଜାମ୍ମୁ ଏବଂ ଲଦାଖରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଘର, ଫସଲ କ୍ଷତିଗ୍ରସ୍ତ ହୋଇଛି ।

ତେବେ କିସ୍ତୱାଡ ଜିଲ୍ଲାରେ ବାଦଲ ଫାଟିବା ଯୋଗୁଁ ପ୍ରାଣ ହରାଇବା ଲୋକଙ୍କ ପ୍ରତି ଶୋକ ବ୍ୟକ୍ତ କରି ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଅନେକଙ୍କ ଜୀବନ ହାନି ଯୋଗୁଁ ସେ ଗଭୀର ଦୁଃଖିତ । ତେବେ ପାଣିପାଗ ବିଭାଗର ସୂଚନା ମୁତାବକ ଏହି ସ୍ଥାନ ମାନଙ୍କରେ ଆହୁରି ବର୍ଷା ଲାଗି ରହିବ । ତେଣୁ ବନ୍ୟା କ୍ଷୟକ୍ଷତି ଅଞ୍ଚଳ ମାନଙ୍କରେ ଆଲର୍ଟ ଜାରି କରାଯାଇଛି ।

Get real time updates directly on you device, subscribe now.